Latest Odisha News

ଘାଟିରେ ଓଲଟିଲା ପିକ ଅପ୍ ଭ୍ୟାନ୍, ୨୧ ଛାତ୍ର ଆହତ

ମୋହନା: ଘାଟିରେ ଓଲଟିଲା ପିକ ଅପ୍ ଭ୍ୟାନ୍। ବ୍ଲକ୍ ସ୍ତରୀୟ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରୁ ଛେଳିଗଡ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଙ୍କ ସହ ଆଉ କିଛି ସ୍କୁଲ ପିଲାଙ୍କୁ ନେଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୨୧ ଜଣ ଛାତ୍ର ଆସୁଥିଲେ। ଆଉ ସମସ୍ତେ ଆହତ ହୋଇଥିବା ସୂଚନା ରହିଛି।

କିଛି ଛାତ୍ରଙ୍କର ଆର୍ ଉଦୟଗିରି ମେଡିକାଲରେ ଚିକିତ୍ସା ଚାଲିଥିବା ବେଳେ ୭ ଜଣଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି। ସେଥିମଧ୍ୟରୁ ଦୁଇ ଜଣ ଛାତ୍ର ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ତେବେ ଦୁର୍ଘଟଣାର ପ୍ରକୃତର କାରଣ ଜଣାପଡ଼ିନାହିଁ । ଭାରସାମ୍ୟ ହରାଇବାରୁ ଓଲଟି ପଡିଥିବା ସୂଚନା ରହିଛି।

Leave A Reply

Your email address will not be published.