ଭୁବନେଶ୍ୱର : ଏଣିକି ସବ୍-ଇନ୍ସପେକ୍ଟର ମାନେ ଓଡ଼ିଶା ପୋଲିସ ବିଭାଗର ଫାଣ୍ଡି ଦାୟିତ୍ୱରେ ରହିବାର ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ୨୧୬ ଟି ଫାଣ୍ଡି ଦାୟିତ୍ୱରେ ସବ୍ ଇନ୍ସପେକ୍ଟର ମାନେ ରହିବେ । ପୂର୍ବରୁ ସହକାରୀ ସବ୍ଇନିସପେକ୍ଟର ମାନେ ଏହି ଫାଣ୍ଡି ଦାୟିତ୍ୱରେ ରହୁଥିବା ବେଳେ ଏବେ ସବ୍ଇନିସ୍ପେକ୍ଟର ମାନେ ଏହାର ଦାୟିତ୍ୱରେ ରହିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।
କମିଶନରେଟ ପୋଲିସ ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲା ପୋଲିସ ଓ ରେଲୁୱେ ପୋଲିସ ଦ୍ୱାରା ପରିଚାଳିତ ପୋଲିସ ଫାଣ୍ଡି ମାନଙ୍କରେ ସବଇନିସପେକ୍ଟର ମାନଙ୍କୁ ନିଯୁକ୍ତି ଦିଆଯିବ। ସବଇନିସ୍ପେକ୍ଟର ମାନଙ୍କ ତାଲିମ ଓ ଅପରାଧ ଅନୁସନ୍ଧାନ ରେ ସେମାନଙ୍କ ଦକ୍ଷତା ଫାଣ୍ଡି ସ୍ତରରେ ଅପରାଧ ନିୟନ୍ତ୍ରଣରେ ବିଶେଷ ସହାୟକ ହେବ ବୋଲି ସରକାର ଏଭଳି ନିଷ୍ପତି ନେଇଛନ୍ତି ।
Comments are closed.