Latest Odisha News

BREAKING NEWS

ଗୋପ ଅଞ୍ଚଳରେ ପୋଲିସକୁ ଅଟକ ରଖି ୨୨ ଜଣ ଗିରଫ

ପୁରୀ: ଗୋପ ଥାନା ରେଢୁଆ ଗାଁରେ ପୋଲିସକୁ ଅଟକ ରଖିବା ଘଟଣାରେ ଗିରଫଦାରୀ । ୧୫ ଜଣ ମହିଳାଙ୍କ ସମେତ ୨୨ ଜଣଙ୍କୁ ଗିରଫ କରାଯାଇଛି । ଗତ ୬ ତାରିଖରେ ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ରେଢୁଆ ଗାଁକୁ ଯାଇଥିବା ଗୋପ ଥାନା ପୋଲିସ । ସେତେବେଳେ ଗାଁ ଲୋକ ପୋଲିସ ଟିମକୁ ଘଣ୍ଟା ଘଣ୍ଟା ଅଟକ ରଖିଥିଲେ ।

ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ୨୨ ଜଣଙ୍କୁ ଗିରଫ କରିଛି । ଗତ ୬ ତାରିଖରେ ଏକ ଚୋରି ଘଟଣାର ତଦନ୍ତ ପାଇଁ ରେଢୁଆ ଗାଁକୁ ଯାଇଥିଲା ଗୋପ ପୋଲିସ ଟିମ୍ । ମିଛ ମାମଲା ଓ ପୋଲିସ କାହିଁକି ରାତିରେ ଗାଁକୁ ଆସିଛି କହି ଉତ୍ୟକ୍ତ ଲୋକ ଗୋପ ଥାନା ଏଏସଆଇଙ୍କ ସମତେ ୧୦ କର୍ମଚାରୀଙ୍କୁ ଅଟକ ରଖିଥିଲେ ।

ପରଦିନ ସକାଳେ ନିମାପଡ଼ା ଏସଡିପିଓ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ସେମାନେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଛାଡ଼ିଥିଲେ । ଗାଁର ଶତାଧିକ ପୁରୁଷ ଓ ମହିଳା ପୋଲିସ ଗାଡ଼ି ଓ କର୍ମଚାରୀଙ୍କୁ ରାତି ସାରା ଅଟକ ରଖିଥିଲେ ।

Leave A Reply

Your email address will not be published.