Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ

ତା ୧୦-୮-୨୦୨୦  ସୋମବାର

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୧୦ ରିଖ ସୋମବାର କର୍କଟ ୨୬ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥି ଅଶ୍ବିନୀ ନକ୍ଷତ୍ର ମେଷ ଚନ୍ଦ୍ର

ଘାତ ବାର-:  ମିଥୁନ ରାଶିର

ଘାତ ଚନ୍ଦ୍ର: ମେଷ ରାଶିର

ଆଜି: ତାଳ  ଖାଇବା  ନିଷେଧ

ମେଷ:

କର୍ମ କ୍ଷେତ୍ରରେ ବାଦ ବିବାଦର ସମ୍ମୁଖୀନ ହେବେ ।ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଅସଫଳତା ଲାଭ କରିବେ । ଗୃହସ୍ଥ ଜୀବନରେ ଭୁଲ ବୁଝାମଣା ଦେଖା ଦେବ ।ବ୍ୟୟର ପରିମାଣ ବୃଦ୍ଧି ପାଇବ ।ଯାତ୍ରା ଜନିତ ପୀଡା ଅନୁଭବ କରିବେ ।

ବୃଷ

ଦେହ ମନ ସୁସ୍ଥ ରହିବ ।ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ ।ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିବେ ।ନିଜର ଜୀବନ ସାଥୀ ପୂର୍ଣ୍ଣ ସହଯୋଗ କରିବ ।ଛାତ୍ରଛାତ୍ରୀମାନେ ବିଦ୍ଯାରେ ସଫଳତା ପାଇବେ ।ଶତୃମାନେ ପରାଜିତ ହେବେ ।

ମିଥୁନ

ବହୁଦିନର ଆଶା ଆଙ୍କାକ୍ଷା ପୂରଣ ହେବ ।ସ୍ଵାଦିଷ୍ଟ ଭୋଜନ ମିଳିବ ।ଭାତୃ ବିବାଦ ପାରିବାରିକ ଅଶାନ୍ତି ଦୂରେଇ ଯିବ ।ମହିଳାମାନେ ଗୃହ କାର୍ଯ୍ୟରେ ପ୍ରଶଂସନୀୟା ହେବେ ।ଆୟ ବୃଦ୍ଧି ଘଟିବ ।ଦୂର ସ୍ଥାନକୁ ଯାତ୍ରା କରିବେ ।

କର୍କଟ

ଆଜି ସମସ୍ତ  ସମସ୍ୟା ସମାଧାନ ହୋଇଯିବ   ଆପଣଙ୍କ ସଠିକ୍‌ ବିଚାରଧାରା ପ୍ରତ୍ୟେକ କ୍ଷେତ୍ରରେ ସଫଳତାର କାରଣ ହୋଇପାରିବ। ଆଜି ଆପଣ କୌଣସି  ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ ସହ ସମ୍ବଦ୍ଧିତ ହୋଇ ପାରନ୍ତି । ବ୍ୟବସାୟୀମାନେ ଲାଭ ବାନ ହେବେ।

ସିଂହ

ଆଜି ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିବେ । ନିଜର ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ତ ହୋଇପାରନ୍ତି। ଅନ୍ୟମାନଙ୍କର ପରାମର୍ଶ ନ ମାନି ନିଜ ମନଇଚ୍ଛା କାମ କରିବା ଫଳରେ କିଛିଟା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

କନ୍ୟା

ଯେକୈାଣସି କାମ କଲେ  ଆପଣଙ୍କୁ ସଫଳତା ମିଳିବ । ଆପଣଙ୍କ ଅଭିଳାଷ ପୂରଣ କରିବା ପରିପ୍ରେକ୍ଷୀରେ ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ କରିବାରେ ସମର୍ଥ ହେବେ। ବ୍ୟବସାୟ ଓ ପରିବହନରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ।

ତୁଳା

ଆଜି  ଆପଣ ଆତ୍ମିୟସ୍ବଜନଙ୍କ ସହ ମନଖୋଲା ଆଲୋଚନା କରିପାରିବେ ନାହିଁ।  ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ହେବ ।  ଆପଣଙ୍କୁ ବନ୍ଧୁ ପରିଜନଙ୍କ ସହ ଭ୍ରମଣ ସକାଶେ ଅନୁପ୍ରେରିତ କାରଇପାରେ। ଘରୋଇ ସମସ୍ୟାକୁ କେନ୍ଦ୍ରକରି ଘର ଲୋକମାନଙ୍କ ବ୍ୟସ୍ତ ଓ ବିବ୍ରତତାକୁ ଲକ୍ଷ୍ୟ କରି ମନ ଅଶାନ୍ତ ରହିବ।

ବିଛା

ଆଜି ଆପଣ ଯାହା ଚାହିଁବେ ତାହା ନିର୍ବିଘ୍ନରେ ହାସଲ କରିପାରିବେ। ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣା    ଦୂର ହୋଇଯିବ। ସାମାଜିକ ସ୍ତରରେ ସମ୍ପର୍କ ବୃଦ୍ଧି ପାଇଲେ ମଧ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେବେ । ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ।

ଧନୁ:

ଆପଣଙ୍କ ଚିନ୍ତାଧାରା ବନ୍ଧୁ କିମ୍ବା ସହକର୍ମୀଙ୍କ ମନରେ ସହାନୁଭୂତି ଜାଗ୍ରତ କରାଇବ।   ଅସାବଧାନତା କିମ୍ବା ଅନ୍ୟମନସ୍କ ରହିବା ହେତୁ ଅର୍ଥହାନୀ ଦେଖା ଦେଦେଇପାରେ ଶାରୀରିକ ଓ ମାନସିକ  ପୀଡା ଦେଖା ଦେଇପାରେ । କର୍ମକ୍ଷେତ୍ରରେ କର୍ମଦକ୍ଷତାରୁ ପ୍ରତିଷ୍ଠିତ ହେବେ। ଆନୁଷ୍ଠାନିକ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି।

ମକର

ଆଜିର ଦିନଟି ସମସ୍ତ ଦିଗରୁ  ଭଲ ରହିବ ।   ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରି ସାମୟିକ ଖୁସୀ ରହିବାର ସୁଯୋଗ ପାଇବେ। ସଭାସମିତି, ଆନୁଷ୍ଠାନିକ କର୍ମ, ତଥା ମାଲିମକଦ୍ଦମାରେ ସଫଳତା ହାସଲ କରିବେ। ପାରିବାରିକ କ୍ଷେତ୍ରରେ ଅସ୍ଥିରତା ଲାଗି ରହିପାରେ।

କୁମ୍ଭ

ଯଗି ରଖି ଚଳନ୍ତୁ ପରିବାରରେ ମତ ପାର୍ଥକ୍ୟ ଦେଖା ଦେବ ।ଆୟ ଅପେକ୍ଷା ବ୍ଯୟ ଅଧିକ ହେବ ।କର୍ମ କ୍ଷେତ୍ରରେ ନାନାପ୍ରକାର ସମସ୍ଯା ଦେଖା ଦେବ ।ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ ।ମାଲିମକଦମାରେ ଜଡିତ ହୋଇ ପାରନ୍ତି ।

ମୀନ

ମାନ ସମ୍ମାନ ଯଶ ଗୌରବର ଅଧିକାରୀ ହେବେ ।ଧନ ଓ ବସ୍ତ୍ର ଲାଭ ହେବ ।କର୍ମ କ୍ଷେତ୍ରରେ ସମ୍ମାନିତ ହେବେ ।ପ୍ରେମିକ ପ୍ରେମିକା ମାନେ ପ୍ରେମରେ ସଫଳତା ଲାଭ କରିବେ ।ଶତୃମାନେ ପରାଜିତ ହେବେ ।

Leave A Reply

Your email address will not be published.