Latest Odisha News

BREAKING NEWS

ଶପିଂ ବ୍ୟାଗରୁ ଆକର୍ଷଣୀୟ ପୋଷାକ

ନୂଆଦିଲ୍ଲୀ: ଶପିଂ ବ୍ୟାଗରୁ ଆକର୍ଷଣୀୟ ପୋଷାକ ପ୍ରସ୍ତୁତ କରି ବେଶ ବାହା ବାଃ ସାଉଁଟୁଛନ୍ତି ଏରିୟଲ ୟୁନିଭରସିଟି ଅଫ କାଲିଫୋର୍ଣ୍ଣିଆର ୨୨ ବର୍ଷୀୟା ଛାତ୍ରୀ ଏରିୟଲ । କ୍ୱାରେଂଟାଇନରେ ଥିବା ବେଳେ ତାଙ୍କ ସମୟ କଟୁ ନ ଥିଲା । ତାଙ୍କର ଜଣେ ସାଙ୍ଗ ମଜାରେ ଶପିଂ ବ୍ୟାଗରୁ ପୋଷାକ କରି ପିନ୍ଧ ବୋଲି କହିଥିଲେ ।

ଏହି ଆଇଡିଆ ପାଇବା ପରେ ସେ ଏଥିରେ ମନୋନିବେଶ କରିଥିଲେ । ଶେଷରେ ତାଙ୍କୁ ସଫଳତା ମିଳିଲା, ତାଙ୍କ ପ୍ରସ୍ତୁତ ପୋଷାକ ଯୁବ ପିଢ଼ୀଙ୍କୁ ପସନ୍ଦ ମଧ୍ୟ ଆସିଥିଲା । ୱାଲମାର୍ଟ, ଟାରଗେଟ, ୱେନ୍ସ ପରି କମ୍ପାନୀର ଶପିଂ ବ୍ୟାଗ ବ୍ୟବହାର କରିଥିଲେ । ପୋଷାକ ବ୍ୟତୀତ ସେ ଏବେ ଡିଜାଇନର ପଦାର୍ଥ ଓ ଅନ୍ୟ ଘରୋଇ ଉପକରଣ ସାମଗ୍ରୀ ମଧ୍ୟ ଏଥିରେ ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.