Latest Odisha News

BREAKING NEWS

କୁଚିଣ୍ଡାରେ ପ୍ରଧାନଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

କୁଚିଣ୍ଡା: ସମ୍ବଲପୁର କୁଚିଣ୍ଡା ଥାନା ଅନ୍ତର୍ଗତ ଲାଖପଡ଼ା ଗାଁରେ ଶିକ୍ଷକଙ୍କୁ ନିର୍ମମ ହତ୍ୟା । ଆଜି ଖଣ୍ଡେକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଶଙ୍କର ଜୟପୁରିଆ ପୋଖରୀରୁ ଗାଧୋଇ ଫେରୁଥିବା ବେଳେ ତାଙ୍କୁ କିଛି ଦୁର୍ବୁତ ଟାଙ୍ଗିଆରେ ହାଣି ଫେରାର ହୋଇଯାଇଥିଲେ ।ଗାଁ ଲୋକ ରାମଶଙ୍କରଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନା ନେଇଥିଲେ । ସେଠାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରୁଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏପରିକି ହତ୍ୟାକାଣ୍ଡ ପରେ ରାମଶଙ୍କର ଯେଉଁ ମୋଟର ସାଇକେଲ ନେଇ ଗାଧୋଇ ଯାଇଥିଲେ ତାକୁ ବି ଦୁର୍ବୁତ ନେଇଯାଇଥିବା ଜଣାପଡିଛି । ଖବର ପାଇ କୁଚିଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.