ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ମେଲାଉଛି । ଏଥିସହ ଗୋଟିଏ ପରେ ଗୋଟିଏ ଜିଲ୍ଲା ରେଡ୍ ଜୋନକୁ ଯାଉଛି । କାଲି ୨୧ ଜିଲ୍ଲା ରେଡ୍ ଜୋନରେ ଥିଲା । ଆଜି ଏହି ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ରେଡ୍ ଜୋନ୍ ତାଲିକାରେ ଆଜି ବୌଦ୍ଧ ସମ୍ୱଲପୁର ଜିଲ୍ଲା ଯୋଡ଼ି ହୋଇଛି । ଗତ ୨୪ ଘଣ୍ଟାରେ ବୌଦ୍ଧରୁ ୧୨୯ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଆଉ ୧୫୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରେଡ୍ ଜୋନ୍ ଜିଲ୍ଲା
ନୂଆ ଆକ୍ରାନ୍ତଙ୍କ ମିଶାଇ ଦୁଇଟି ଜିଲ୍ଲାରେ ଆକ୍ଟିଭ୍ କେସ୍ ହଜାରେ ଟପିଛି । ଏଥିସହ ରେଡ୍ ଜୋନକୁ ଯାଇଛି ବୌଦ୍ଧ ଓ ସୁବର୍ଣ୍ଣପୁର । ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୩ହଜାର ୫୦ ଆକ୍ଟିଭ୍ କେସ୍ ରହିଥିବା ବେଳେ ସୁନ୍ଦରଗଡ଼ରେ ୭ହଜାର ୧୫୪ ଓ କଟକରେ ଏହି ସଂଖ୍ୟା ରହିଛି ୫ହଜାର ୪୨୩ । ୬ଟି ରେଡ୍ ଜୋନ ଜିଲ୍ଲା ସକ୍ରିୟ ମାମଲା ତିନିରୁ ଚାରି ହଜାର ଭିତରେ ରହିଛି ।
ଗ୍ରୀନ୍ ଜୋନରେ ମାଲକାନଗିର
ରେଡ୍ ଜୋନରେ ଥିବା ଅନ୍ୟ ୧୪ଟି ଜିଲ୍ଲାରେ ହଜାରେରରୁ ତିନି ହଜାର ଭିତରେ ରହିଛି ଆକ୍ଟିଭ୍ କେସ୍ । ଏବେ ମାଲକାନଗିରି ଜିଲ୍ଲା ଗ୍ରୀନ ଜୋନରେ ଅଛି । ଏଠାରେ ସବୁଠୁ କମ୍ ୪୦୨ଟି ଆକ୍ଟିଭ୍ କେସ୍ ରହିଛି । ସେହିପରି କୋରାପୁଟ, ଗଜପତି, କନ୍ଧମାଳ, ଦେବଗଡ଼, ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଜିଲ୍ଲା ଅରେଞ୍ଜ ଜୋନରେ ଅଛନ୍ତି ।
BREAKING NEWS
- ଜେଲ୍ ଏବଂ କାରାଗାର ମଧ୍ୟରେ କ’ଣ ଫରକ? ଜାଣନ୍ତୁ କାହାର ସୁରକ୍ଷା ସବୁଠାରୁ କଡ଼ା
- Van collides with Cement mixer:ଭ୍ୟାନ-ସିମେଣ୍ଟ ମିକ୍ସର ଗାଡି ମଧ୍ୟରେ ଧକ୍କା; ୧୧ ମୃତ,୨ ଆହତ
- Ranger Arrested: ୨ ଲକ୍ଷ ୩୩ ହଜାର ଟଙ୍କା ଲାଞ୍ଚ ନେବା ପଡିଲା ମହଙ୍ଗା; ବନ୍ଧାହେଲେ ଗୁଡ଼ାରି ରେଞ୍ଜର
- ମାନସ ରଞ୍ଜନ ମଙ୍ଗରାଜ ହେଲେ ବିଜେଡି ସଂସଦୀୟ ଦଳ ନେତା, ସୁଲତାଙ୍କୁ ନୂଆ ଦାୟିତ୍ୱ
- ୭୮ ବର୍ଷରେ ପାଦ ଥାପିଲା ରାଜଧାନୀ ଭୁବନେଶ୍ୱର, ବେଶ ଆଡମ୍ବରରେ ପାଳନ ହେଉଛି ପ୍ରତିଷ୍ଠା ଦିବସ
- Women’s Reservation Bill: ଏକବିଂଶ ଶତାବ୍ଦୀର ସବୁଠୁ ବଡ଼ ନିଷ୍ପତ୍ତି ମହିଳା…
- କେଉଁ ଦେଶରେ ଏବଂ କାହିଁକି ନିୟୋଜିତ ଅଛନ୍ତି ଭାରତୀୟ ସେନା?
- ଟ୍ରମ୍ପଙ୍କ ଧର୍ମଗୁରୁ ପୋଷ୍ଟ, ଯୁଦ୍ଧ ଭିତରେ ବଢ଼ାଇଲା ବିବାଦ…
- ବିଶ୍ୱରେକର୍ଡ କରିପାରନ୍ତି ବୈଭବ
- ତୁର୍କୀକୁ ୧ ବିଲିୟନ ଡଲାର ଓ ସୁନ୍ଦରୀ ମହିଳାଙ୍କୁ ବିବାହ ପାଇଁ ଦାବି କରି ଚର୍ଚ୍ଚାରେ ୟୁଗାଣ୍ଡା ସେନାମୁଖ୍ୟ
Comments are closed.