ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ମେଲାଉଛି । ଏଥିସହ ଗୋଟିଏ ପରେ ଗୋଟିଏ ଜିଲ୍ଲା ରେଡ୍ ଜୋନକୁ ଯାଉଛି । କାଲି ୨୧ ଜିଲ୍ଲା ରେଡ୍ ଜୋନରେ ଥିଲା । ଆଜି ଏହି ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ରେଡ୍ ଜୋନ୍ ତାଲିକାରେ ଆଜି ବୌଦ୍ଧ ସମ୍ୱଲପୁର ଜିଲ୍ଲା ଯୋଡ଼ି ହୋଇଛି । ଗତ ୨୪ ଘଣ୍ଟାରେ ବୌଦ୍ଧରୁ ୧୨୯ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଆଉ ୧୫୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରେଡ୍ ଜୋନ୍ ଜିଲ୍ଲା
ନୂଆ ଆକ୍ରାନ୍ତଙ୍କ ମିଶାଇ ଦୁଇଟି ଜିଲ୍ଲାରେ ଆକ୍ଟିଭ୍ କେସ୍ ହଜାରେ ଟପିଛି । ଏଥିସହ ରେଡ୍ ଜୋନକୁ ଯାଇଛି ବୌଦ୍ଧ ଓ ସୁବର୍ଣ୍ଣପୁର । ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୩ହଜାର ୫୦ ଆକ୍ଟିଭ୍ କେସ୍ ରହିଥିବା ବେଳେ ସୁନ୍ଦରଗଡ଼ରେ ୭ହଜାର ୧୫୪ ଓ କଟକରେ ଏହି ସଂଖ୍ୟା ରହିଛି ୫ହଜାର ୪୨୩ । ୬ଟି ରେଡ୍ ଜୋନ ଜିଲ୍ଲା ସକ୍ରିୟ ମାମଲା ତିନିରୁ ଚାରି ହଜାର ଭିତରେ ରହିଛି ।
ଗ୍ରୀନ୍ ଜୋନରେ ମାଲକାନଗିର
ରେଡ୍ ଜୋନରେ ଥିବା ଅନ୍ୟ ୧୪ଟି ଜିଲ୍ଲାରେ ହଜାରେରରୁ ତିନି ହଜାର ଭିତରେ ରହିଛି ଆକ୍ଟିଭ୍ କେସ୍ । ଏବେ ମାଲକାନଗିରି ଜିଲ୍ଲା ଗ୍ରୀନ ଜୋନରେ ଅଛି । ଏଠାରେ ସବୁଠୁ କମ୍ ୪୦୨ଟି ଆକ୍ଟିଭ୍ କେସ୍ ରହିଛି । ସେହିପରି କୋରାପୁଟ, ଗଜପତି, କନ୍ଧମାଳ, ଦେବଗଡ଼, ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଜିଲ୍ଲା ଅରେଞ୍ଜ ଜୋନରେ ଅଛନ୍ତି ।
BREAKING NEWS
- Gold price hike; ନୂଆବର୍ଷ ପରଠାରୁ ଆହୁରି ବଢିବ ସୁନା ଦର!
- ନୂଆବର୍ଷ ପାଇଁ ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼, ୬୦ ପ୍ଲାଟୁନ୍ ପୋଲିସ ମୁତୟନ
- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୁନିଅର ଇଞ୍ଜିନିୟର ନିହାର ସରକାର ଗିରଫ
- ପ୍ରଦୂଷଣ ପ୍ରମାଣ ପତ୍ର ଥିବା ଗାଡ଼ିରେ ଲାଗିବ ଗ୍ରୀନ୍ ଷ୍ଟିକର: ମନ୍ତ୍ରୀ
- Road Accident: ହାଇୱା ମୁହାଁମୁହିଁ ଧକ୍କା ପରେ ଲାଗିଗଲା ନିଆଁ, ଦୁଇ ଡ୍ରାଇଭର ମୃତ
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ନେଲେ ମୁଖ୍ୟ ନିର୍ବାଚନ କମିଶନର
- Bangladeshi Hindus ଆମକୁ ରକ୍ଷା କର, ଆମେ ଫସି ରହିଛୁ :ଭାରତକୁ ନିବେଦନ କଲେ ବାଂଲାଦେଶୀ ହିନ୍ଦୁ
- ୧୮ ବର୍ଷ ପରେ ଅଷ୍ଟ୍ରେଲିଆରେ ଜିତିଲା ଇଂଲଣ୍ଡ
- ବନ୍ଧା ହେଲେ ଫରେଷ୍ଟର, ଘରୁ ମିଳିଲା ପୁଳାପୁଳା ଗହଣା ସହ ନଗଦ…
- ହାତୀ ପାଇଁ ଶିଖରଚଣ୍ଡୀ ପୀଠ ବନ୍ଦ
Comments are closed.