Latest Odisha News

BREAKING NEWS

କରୋନାଭାଇରସ ଭୟ; ଇରାନରୁ ଫେରିଲେ ୨୩୪ ଭାରତୀୟ

ନୂଆଦିଲ୍ଲୀ: କରୋନାଭାଇରସରେ ପ୍ରଭାବିତ ଇରାନ ରାଷ୍ଟ୍ରରେ ଫସିରହିଥିବା ଛାତ୍ରଛାତ୍ରୀ ଓ ପର୍ଯ୍ୟଟକଙ୍କ ସମେତ ୨୩୪ ଜଣ ଭାରତୀୟ ରବିବାର ସକାଳେ ଭାରତରେ ଆସି ପହଞ୍ଚିଛନ୍ତି । ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ସୂଚନା ଦେଇଚନ୍ତି ।

ଏକ ସ୍ୱତନ୍ତ୍ର ବିମାନ ଯୋଗେ ୨୩୪ ଜଣ ଭାରତୀୟଙ୍କୁ ଧରି ମୁମ୍ବାଇରେ ଆସି ପହଞ୍ଚିଛି । ସେମାନେଙ୍କ ମଧ୍ୟରେ ୧୩୧ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଅନ୍ୟମାନେ ପର୍ଯ୍ୟଟକ ରହିଛନ୍ତି ।

ଏନେଇ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଟ୍ୱିଟ୍ କରିବା ସହ ଇରାନୀୟ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହାବ୍ୟତିତ ନିକଟ ଅତୀତରେ ବହୁ ସଂଖ୍ୟାରେ ଭାରତୀୟ ମାନଙ୍କୁ ଇରାନରୁ ଫେରାଇ ଆଣିଛନ୍ତି ଭାରତ ସରକାର ।

ଚୀନ ପରେ ବର୍ତ୍ତମାନ ସମୟରେ କରୋନାଭାଇରସ ସଂକ୍ରମଣରେ ଇରାନରେ ସର୍ବାଧିକ ପ୍ରାୟ ୬୧୧ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ପାଖାପାଖି ୧୨,୭୨୯ ଜଣ ଆକ୍ରାନ୍ତ ହୋଇଛନ୍ତି।

ସେହିପରି ଭାରତରେ ଏଯାବତ୍ ୮୪ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.