Latest Odisha News

BREAKING NEWS

କରୋନା ଭାଇରସ: ୨୪ ଘଣ୍ଟାରେ ୪୧୭ ମୃତ, ଦେଢ଼ ଲକ୍ଷ ଟପିଲା ଆକ୍ରାନ୍ତ ସଂଖ୍ୟା

ପ୍ୟାରିସ: ସାରା ଦୁନିଆରେ କରୋନା ଭାଇରସର ମାମଲା ବଢ଼ି ୧,୫୧,୭୬୦ରେ ପହଞ୍ଚିସାରିଛି । ଯେଉଁଥିରେ ୧୩୭ଟି ଦେଶରେ ୫୭୬୪ଜଣଙ୍କ ମୃତ୍ୟୁ ହୋଇଛି । ସାରା ଦୁନିଆରେ ଶୁକ୍ରବାର ସନ୍ଧ୍ୟା ୫ଟାରୁ ଶନିବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କରୋନା ଭାଇରସର ୧୧,୦୩୭ ନୂଆ ମାମଲା ସାମନାକୁ ଆସିଛି । ଯେବେକି ୨୪ ଘଣ୍ଟାରେ ୪୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରାଯାଇଛି ।

ଗତ ୨୪ ଘଣ୍ଟାରେ କରୋନା ଭାଇରସର ସର୍ବାଧିକ ମାମଲା ରେକର୍ଡ କରାଯାଇଥିବା ଦେଶ ଗୁଡିକ ହେଲା- ଇଟାଲୀରେ ୧୭୫ ନୂଆ ମାମଲା, ଇରାନରେ ୯୭ ଓ ସ୍ପେନରେ ୬୩ଟି ନୂଆ ମାମଲା । କରୋନା ଦ୍ୱାରା ଚୀନ ପରେ ଇଟାଲୀ ସର୍ବାଧିକ ପ୍ରଭାବିତ ।

Leave A Reply

Your email address will not be published.