Latest Odisha News

BREAKING NEWS

ହୀରାକୁଦରେ ୨୪ ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର: କମିଛି ବର୍ଷାର ପରିମାଣ। ହୀରାକୁଦରେ ବନ୍ଦ ହେଉଛି ଗେଟ୍ । ବର୍ତ୍ତମାନ ସୁଦ୍ଧା ହୀରାକୁଦର ଜଳଭଣ୍ଡାରରୁ ୨୪ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟା ପାଣି ନିଷ୍କାସିତ ହେଉଛି ।

ହୀରାକୁଦର ମୋଟ୍ ୪୬ ଟି ଗେଟ ଖୋଲା ଯାଇଥିଲା । ତେବେ ସେଥିରୁ ୨୨ଟି ଗେଟ୍ ବନ୍ଦ ହୋଇଥିବା ବେଳେ ଆଉ ୨୪ ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି ।

ସୂଚନାନୁସାରେ ହୀରାକୁଦରେ ବର୍ତ୍ତମାନ ଜଳସ୍ତର ୬୨୫.୩୧ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୩ଲକ୍ଷ ୭୪ ହଜାର ୬୧୨କ୍ୟୁସେକ ଜଳ ଓ ନିଷ୍କାସିତ ହେଉଛି ୪ଲକ୍ଷ ୨୬ହଜାର କ୍ୟୁସେକ ଜଳ । ହୀରାକୁଦ ଗେଟ୍ ବନ୍ଦ କରିବା ପରେ ମହାନଦୀରେ କମିଛି ଜଳ ପ୍ରବାହ ।

Leave A Reply

Your email address will not be published.