Latest Odisha News

BREAKING NEWS

୨୪ଘଣ୍ଟିଆ କେନ୍ଦୁଝର ବନ୍ଦ, ଶୁଆକାଠିରୁ ଗୁହାଳଡିହି ରେଳ ପ୍ରକଳ୍ପକୁ ବିରୋଧ

କେନ୍ଦୁଝର: ଆଜି ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ । ଶୁଆକାଠିରୁ ଗୁହାଳଡିହି ରେଳ ପ୍ରକଳ୍ପକୁ ବିରୋଧ କରି ଟ୍ରକ ମାଲିକ ସଂଘ ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ପାଳନ । କେନ୍ଦୁଝର ଷ୍ଟେସନରେ ୨ଟି ଟ୍ରେନକୁ ଅଟକ ରଖି ପ୍ରତିବାଦ କରୁଛି ସଂଘ । କେନ୍ଦୁଝରଗଡ଼-ଖୋର୍ଦ୍ଧାରୋଡ଼ ପାସେଞ୍ଜର ଟ୍ରେନ୍ ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନ ବଜାର ସହ ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିଛି ।

ସୂଚନା ଅନୁସାରେ, ଶୁଆକାଠିରୁ ଗୁହାଳଡିହି ରେଳ ପ୍ରକଳ୍ପ ହେଲେ କେନ୍ଦୁଝର ଜିଲ୍ଲାର ପାଖାପାଖି ୩ଲକ୍ଷ ଲୋକଙ୍କ ଜୀବିକା ଉପରେ ପ୍ରଭାବ ପଡିବ । ତେଣୁ ଏହି ପ୍ରକଳ୍ପକୁ ବିରୋଧ କରି ସଂଘ ବନ୍ଦ ପାଳନ କରାଯାଉଛି ବୋଲି କହିଛି ସଂଘ । ଟ୍ରକ ମାଲିକ ସଂଘ ପକ୍ଷରୁ ଡକାଯାଇଥିବା ଏହି ବନ୍ଦକୁ ୧୫ ସଂଗଠନ ପକ୍ଷରୁ ମିଳିଛି ସମର୍ଥନ । ବନ୍ଦ ପାଳନ ଫଳରେ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଇ ଯାତାୟତଠୁ ଆରମ୍ଭ କରି ଦୋକାନ ବଜାର ପର୍ଯ୍ୟନ୍ତ ସମସ୍ତ ପ୍ରଭାବିତ ହୋଇଛି ।

Leave A Reply

Your email address will not be published.