Latest Odisha News

BREAKING NEWS

ଆଇଟି ରେଡ୍ ପରେ ହିରୋ ମୋଟୋକର୍ପ କିଣିଥିଲା ହଜାରେ କୋଟିର ନିର୍ବାଚନୀ ବଣ୍ଡ!

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣାର ଗୋଟିଏ ଦିନ ପରେ ରବିବାର ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରୁ ଇଲେକ୍ଟୋରାଲ୍ ବଣ୍ଡ ବା ନିର୍ବାଚନୀ ବଣ୍ଡ ସମ୍ପର୍କରେ ମିଳିଥିବା ସଦ୍ୟତମ ତଥ୍ୟର ତଥ୍ୟ ନିଜ ୱେବସାଇଟରେ ଅପଲୋଡ୍ କରିଛନ୍ତି। ଏହି ନୂଆ ତଥ୍ୟ ସାମ୍ନାକୁ ଆସିବା ପରେ ଅଟୋମୋବାଇଲ ସେକ୍ଟରର ପ୍ରମୁଖ କମ୍ପାନୀ ହିରୋ ମୋଟୋକର୍ପର ଇଲେକ୍ଟୋରାଲ ବଣ୍ଡ କ୍ରୟର ଏକ ବଡ ମାମଲା ସାମ୍ନାକୁ ଆସିଛି।

ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ହିରୋ ମୋଟୋକର୍ପ ଗୋଟିଏ ଦିନରେ ୧ କୋଟି ଟଙ୍କାର ୨୦ଟି ଇଲେକ୍ଟୋରାଲ ବଣ୍ଡ କିଣିଛି। ୨୦ କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡକୁ କମ୍ପାନୀ ପ୍ରଥମେ ଅକ୍ଟୋବର ୭, ୨୦୨୨ରେ କିଣିଥିଲା।

ଏହା ମଧ୍ୟ ଦାବି କରାଯାଉଛି ଯେ କମ୍ପାନୀ ଉପରେ ଆୟକର ଚଢ଼ାଉର ମାତ୍ର କିଛି ମାସ ପରେ ଏହି ସମସ୍ତ ଇଲେକ୍ଟୋରାଲ ବଣ୍ଡ କିଣିଥିଲା। ଆୟକର ବିଭାଗର ଅଧିକାରୀଙ୍କ ତରଫରୁ ମାର୍ଚ୍ଚ ୨୦୨୨ରେ କମ୍ପାନୀର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ହିରୋ ମୋଟୋକର୍ପର କାର୍ଯ୍ୟାଳୟ ଏବଂ ଗ୍ରୁପ୍ ଅଧ୍ୟକ୍ଷ ତଥା ସିଇଓ ପୱନ ମୁଞ୍ଜଲଙ୍କ ସମେତ ଏହାର ପ୍ରମୋଟରଙ୍କ ଗୁରୁଗ୍ରାମ, ହରିୟାଣା ଏବଂ ଦିଲ୍ଲୀସ୍ଥିତ ବାସଭବନରେ ଚଢ଼ାଉ କରାଯାଇଥିଲା।

ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଆୟକର ବିଭାଗ ଚଢ଼ାଉ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପାଇଥିଲା, ଯେଉଁଥିରୁ ଜଣାପଡିଛି ଯେ ହିରୋ ମୋଟୋକର୍ପ ନକଲି କ୍ରୟ କରିଛି।

ଦିଲ୍ଲୀର ଛତ୍ରପୁରସ୍ଥିତ ଏକ ଫାର୍ମ ହାଉସରେ ୧୦୦ କୋଟିରୁ ଅଧିକ ଟଙ୍କାର ନଗଦ କାରବାର ହୋଇଥିବା ମଧ୍ୟ ତଦନ୍ତକାରୀ ସଂସ୍ଥା ଠାବ କରିଥିଲା। ଏହି ଚଢ଼ାଉକୁ ହିରୋ ମୋଟୋକର୍ପ ଅଧିକାରୀମାନେ ଏକ ନିୟମିତ ଯାଞ୍ଚ ବୋଲି କହିଥିଲେ।

Leave A Reply

Your email address will not be published.