Latest Odisha News

BREAKING NEWS

ଇରାନ: ସେନାର ପରେଡ ଉପରେ ଆତଙ୍କୀ ଆକ୍ରମଣ

ଇରାନ : ଇରାନରେ ସେନାର ପରେଡ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ସେନାର ୨୪ ଯବାନ ପ୍ରାଣ ହରାଇଥିବା ବେଳେ ପ୍ରାୟ ୫୩ ରୁ ଅଧିକ ଜଣ ଆହତ ହୋଇଥିବା ନେଇ ଜଣାପଡିଛି ।

ସୂଚନା ଅନୁଯାୟୀ ଦକ୍ଷିଣ-ପଶ୍ଚିମ ଇରାନର ଏକ ସହରରେ ସେନା ପରେଡ ଚାଲିଥିବାବେଳେ ଆତଙ୍କବାଦୀମାନେ ହଠାତ ଆଖିବୁଜା ଗୁଳିଚାଳନା କରିଥିଲେ । ଫଳରେ ଘଟଣାସ୍ଥଳରେ ଉପସ୍ଥିତ ସମସ୍ତ ଲୋକମାନେ ଏଣେତେଣେ ଦୌଡିବାକୁ ଲାଗିଥିଲେ ।

ଅନ୍ୟପକ୍ଷରେ ଏହି ଆକ୍ରମଣରେ ଯବାନ ମାନଙ୍କ ସହ ସାଧାରଣ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି । ତେବେ ପୋଲିସର ସୂଚନା ଅନୁଯାୟୀ ଏହି ଆକ୍ରମଣ କିଏ ଘଟାଇଛି ସେ ନେଇ ଜଣାପଡିନାହିଁ ।

Leave A Reply

Your email address will not be published.