Latest Odisha News

BREAKING NEWS

ବିଶାଖାପାଟଣା ବନ୍ଦରରୁ ୨୫ ହଜାର କିଲୋର କୋକେନ ଜବତ କଲା ସିବିଆଇ

ବିଶାଖାପାଟଣା: ପାରାଦୀପ ପରେ ବିଶାଖାପାଟଣାରୁ ଜବତ ହେଲା କୋକେନ୍ । ବିଶାଖାପାଟଣା ବନ୍ଦରରୁ ୨୫ ହଜାର କିଲୋର କୋକେନ ଜବତ କଲା ସିବିଆଇ । ଗତକାଲି ବ୍ରାଜିଲରୁ ଆସିଥିବା ଏକ କଣ୍ଟେନରକୁ ଜବତ କରିଥିଲା ସିବିଆଇ । ସେହି କଣ୍ଟେନରକୁ ଯାଞ୍ଚ କରିବା ପରେ ସେଥିରୁ କୋକେନ ମିଳିଥିବା ସୂଚନା ମିଳିଛି । କୋକେନ ଥିବା କଣ୍ଟେନର ପଛରେ ଲାଗିଥିଲା ଇଣ୍ଟରପୋଲ । ଇଣ୍ଟରପୋଲର ସୂଚନା ପରେ ଯାଞ୍ଚ କରି କୋକେନ ଜବତ କରିଛି ସିବିଆଇ ।

ସିବିଆଇ ଅଧିକାରୀଙ୍କ ସୂଚନା ଅନୁସାରେ, ଇଣ୍ଟରପୋଲରୁ ମିଳିଥିବା ସୂଚନା ପରେ ଏବଂ ବିଶାଖାପାଟଣା ପୋଲିସ ଏବଂ କଷ୍ଟମ୍ ବିଭାଗ ସହାୟତାରେ ‘ଅପରେସନ୍ ଗରୁଡ’ ଅଧୀନରେ ଜବତ କରାଯାଇଥିଲା । ବିଶାଖାପାଟଣାରେ ଅବସ୍ଥିତ ଏକ ଘରୋଇ କମ୍ପାନୀ ନାମରେ ବିଶାଖାପାଟଣାରେ ବିତରଣ ପାଇଁ ବ୍ରାଜିଲର ସାଣ୍ଟୋସ ବନ୍ଦରରୁ ଏହି କଣ୍ଟେନର ବୁକ୍ କରାଯାଇଥିଲା । କଣ୍ଟେନରରେ ୨୫ କିଲୋଗ୍ରାମର ୧୦୦୦ ଟି ବ୍ୟାଗରେ କୋକେନ ରହିଛି । ସମସ୍ତ କୋକେନକୁ ଜବତ କରାଯାଇଛି ଏକ ମାମଲା ରୁଜୁ କରାଯାଇଛି । ଏଯାବତ୍ ଘଟଣାରେ କାହାକୁ ଗିରଫ କରାଯାଇନଥିବା ବେଳେ ଅଧିକ ତଦନ୍ତ ଚଳାଇଛି ବିଭାଗ ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଡିସେମ୍ବର ମାସରେ ପାରାଦୀପ ବନ୍ଦରରୁ ୨ଶହ କୋଟି ଟଙ୍କାର କୋକେନ ଜବତ ହୋଇଥିଲା । ଏମଭି-ଦେବୀ ପାନାମା ନାମକ ଜାହାଜରୁ ୨୨ଟି କୋକେନ ପ୍ୟାକେଟ୍ ଜବତ କରିଥିଲା କଷ୍ଟମ ବିଭାଗ। ଇଜିପ୍ଟରୁ ଇଣ୍ଡୋନେସିଆର ଗ୍ରେସିକ ବନ୍ଦର ଓ ପରେ ଏହି ଜାହାଜଟି ପାରାଦୀପ ଆସିଥିବା ଜଣାପଡ଼ିଥିଲା । ପାରାଦୀପରୁ ଷ୍ଟିଲ ପ୍ଲେଟ ନେଇ ଏହି ଜାହାଜ ଡେନମାର୍କ ଯାଇଥାନ୍ତା। କିନ୍ତୁ ବାଟରେ ଧରିଥିଲା କଷ୍ଟମ ବିଭାଗ ।

Leave A Reply

Your email address will not be published.