Latest Odisha News

BREAKING NEWS

ଲୋକସଭା ନିର୍ବାଚନ ଲଢ଼ିବେନି ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ରାଜନୀତିରୁ ସନ୍ନ୍ୟାସ ନେବେ ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ନିଜେ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି । ଟ୍ବିଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଅନୁରୋଧ କରିଛନ୍ତି ତାଙ୍କୁ ରାଜନୀତି ଦାୟିତ୍ବରୁ ମୁକ୍ତ କରନ୍ତୁ । କାରଣ ସେ କ୍ରିକେଟ କ୍ଷେତ୍ରରେ ଧ୍ୟାନ ଦେବାକୁ ଚାହୁଁଛନ୍ତି ।  ଲୋକମାନଙ୍କ ସେବା କରିବାକୁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଆନ୍ତରିକ ଧନ୍ୟବାଦ ଦେଇଛନ୍ତି । ଗୌତମ ଗମ୍ଭୀର ପୂର୍ବ ଦିଲ୍ଲୀ ଲୋକସଭା ଆସନରୁ ବିଜେପି ସାଂସଦ ଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ବିଜୟ ଲାଭ କରି ପ୍ରଥମ ଥର ସଂସଦକୁ ଯାଇଥିଲେ ।

ଗମ୍ଭୀର ଚଳିତ ବର୍ଷ ନିର୍ବାଚନ ନଲଢ଼ିବାକୁ ନିଷ୍ପତି ନେଇଛନ୍ତି । ନିଷ୍ପତି ଏପରି ସମୟରେ ନେଇଛନ୍ତି ଯେତେବେଳେ ଲୋକସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିବ । ୨୦୧୯ ମସିହାରେ ରାଜନୀତି ଦୁନିଆରେ ପାଦ ଦେଇଥିଲେ ଗୌତମ ଗମ୍ଭୀର ।  ୨୦୧୯ ମାର୍ଚ୍ଚରେ ବିଜେପିରେ ମିଶିଥିଲେ । ଏହା ପରେ ଲୋକସଭା ନିର୍ବାଚନ ପାଇଁ ୨୦୧୯ ପାଇଁ ବିଜେପି ତରଫରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା । ଗମ୍ଭୀରଙ୍କୁ ପୂର୍ବ ଦିଲ୍ଲୀ ଆସନରୁ ବିଜେପି ପ୍ରାର୍ଥୀ ଘୋଷଣା କରିଥିଲା । ସେଠାରେ ବିଜୟ ହାସଲ କରିଥିଲେ । ତାଙ୍କ ବିପକ୍ଷରେ ଆମ ଆଦମୀ ଦଳର ଆତିଶି ମାଲେନା ଏବଂ କଂଗ୍ରେସର ଅରବିନ୍ଦ ସିଂହ ଲବଲି ପ୍ରଚାର ମୈଦାନକୁ ଓହ୍ଲାଇଥିଲେ । ହେଲେ ଗମ୍ଭୀର ୬ ଲକ୍ଷ ୧୫ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ।

Leave A Reply

Your email address will not be published.