Latest Odisha News

BREAKING NEWS

ଲିଭୁନି ଶିମିଳିପାଳ ନିଆଁ, ସେପଟେ ଜଳୁଛି ସାରକୁଣ୍ଡ ସଂରକ୍ଷିତ ଜଙ୍ଗଲ

ବାରିପଦା: ରାଜ୍ୟରେ ଥମୁନି ଜଙ୍ଗଲ ନିଆଁ। ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଓଡ଼ିଶାର ଜଙ୍ଗଲ ପ୍ରତି ବିପଦ ସୃଷ୍ଟି ହୋଇଛି। ସେପଟେ ଶିମିଳିପାଳ ପାଦ ଦେଶ ଜଳୁଥିବା ବେଳେ ଏବେ ସୁନ୍ଦରଗଡ ବରସୁଆଁ ବନାଞ୍ଚଳ ଅଧିନ ସାରକୁଣ୍ଡା ରିଜର୍ଭ ଫରେଷ୍ଟରେ ଲାଗିଛି ନିଆଁ । ନିଆଁ କବଳରେ ବହୁ ମୂଲ୍ୟବାନ ଗଛ ପୋଡି ପାଉଁଶ ହୋଇଯାଇଛି । ଜଙ୍ଗଲରେ ଥିବା ଗଛ ଲତା ସହିତ ଜୀବଜନ୍ତୁ ମଧ୍ୟ ବିପଦରେ ପଡିଛନ୍ତି । ନିଆଁ ଲାଗିବା ଫଳରେ ଜଙ୍ଗଲ ନିକଟରେ ଥିବା ଗାଁ ଗୁଡିକରେ ଧୁଆଁମୟ ହୋଇଛି । ଦୁଇ ଦିନ ହେବ ଏହି ଜଙ୍ଗଲ ଜଳୁଥିବା କୁହାଯାଉଛି ।

ସେପଟେ ଗତ ୫ ଦିନ ହେବ ପ୍ରବଳ ଗ୍ରୀଷ୍ମ ପ୍ରଭାବ ଯୋଗୁ ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାର ନାଁ ଧରୁନି । ଶିମିଳିପାଳ ଉତ୍ତର ଜୋନ୍ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ ୨୨ଟି ଏବଂ ଦକ୍ଷିଣ ବନ୍ୟପ୍ରାଣି ବନଖଣ୍ଡର ୧୩ଟି ସ୍ଥାନରେ ନିଆଁ ଲାଗିଥିବା ଆଞ୍ଚଳିକ ମୂଖ୍ୟ ବନ୍ୟପ୍ରାଣି ସଂରକ୍ଷକ ସୂଚନା ଦେଇଛନ୍ତି । ପ୍ରାୟ ୩୦୦ ସ୍କାର୍ଡ ଗଠନ କରଯାଇଛି । ଅଭୟାରଣ୍ୟରେ ନିଆଁ ଲାଗିବା ଯୋଗୁଁ ବନ୍ୟଜନ୍ତୁ ଏବଂ ମୂଲ୍ୟବାନ ଗଛ ଏବେ ବିପଦରେ ।

ଅଭୟାରଣ୍ୟରେ ୨୮୪ ଟି ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଜଙ୍ଗଲ ନିଆଁ ପ୍ରଭାବରେ ବହୁସଂଖ୍ୟାରେ ବନ୍ୟଜନ୍ତୁ ଶିମିଳିପାଳ ଛାଡ଼ି ଜନବସତିକୁ ପଳାଇ ଆସୁଛନ୍ତି । ଶିକାରୀ କିମ୍ବା ଜଙ୍ଗଲ ପାଖ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ି ସେମାନଙ୍କର ଜୀବନ ମଧ୍ୟ ଯାଉଛି । ତେବେ ଜନବସତିକୁ ଚାଲି ଆସୁଥିବା ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି । ଗାଁ ପାଖରେ ଜୀବଜନ୍ତୁ ଦେଖିଲେ ତୁରନ୍ତ ବନ ବିଭାଗକୁ ଖବର ଦେବାକୁ ଲୋକମାନଙ୍କୁ ବୁଝାଯାଉଛି ।

Leave A Reply

Your email address will not be published.