Latest Odisha News

BREAKING NEWS

ଶାହାରୁଖ୍‌ ଏବଂ ଗୌରୀଙ୍କ ବିବାହକୁ ପୂରିଲା ୨୯ ବର୍ଷ; ଶୁଭେଚ୍ଛା ଜଣାଇଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ ଖାନ ନିଜର ନିଖୁଣ ଅଭିନୟ ବଳରେ ଦଶନ୍ଧି ଧରି ଲୋକଙ୍କ ହୃଦୟରେ ରାଜ୍‌ କରିଆସୁଛନ୍ତି। ତେବେ ଆଜି ହେଉଛି ଶାହାରୁଖ ଖାନଙ୍କ ଏବଂ ପତ୍ନୀ ଗୌରୀ ଖାନ୍‌ଙ୍କର ୨୯ତମ ବିବାହ ବାର୍ଷିକୀ।

ଶାହାରୁଖ ଏବଂ ଗୌରୀଙ୍କ ବିବାହ ୨୫ ଅକ୍ଟୋବର ୧୯୯୧ରେ ହୋଇଥିଲା। ଉଭୟ ସେମାନଙ୍କର ଦାମ୍ପତ୍ୟ ଜୀବନକୁ ବେଶ୍‌ ଖୁସି ମଧ୍ୟ ଅଛନ୍ତି। ଏକ ସାକ୍ଷାତକାରରେ ଶାହାରୁଖ ଖାନ ଥରେ କହିଥିଲେ ଯେ ସେ ଗୌରୀଙ୍କ ପାଇଁ ଫିଲ୍ମ ମଧ୍ୟ ଛାଡି ପାରିବେ।

ଶାହରୁଖ୍‌ କହିଥିଲେ ଯେ ଯଦି ତାଙ୍କୁ କ୍ୟାରିୟର ଏବଂ ପତ୍ନୀଙ୍କ ମଧ୍ୟରେ କାହାକୁ ବାଛିବାକୁ ପଡେ, ତେବେ ସେ ଫିଲ୍ମ ଛାଡି ଗୌରୀଙ୍କୁ ବାଛିବେ। ଏହା ଭିତରେ ତାଙ୍କ ବିବାହକୁ ୨୯ ବର୍ଷ ପୁରିଯାଇଛି। ସେମାନଙ୍କର ତିନୋଟି ସନ୍ତାନ ଆର୍ଯ୍ୟନ୍, ସୁହାନା ଏବଂ ଆବ୍ରାହମ୍‌ ଅଛନ୍ତି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଚାଲିଥିବାରୁ ପୁରା ପରିବାର ଏବେ ଦୁବାଇରେ ଅଛନ୍ତି।
ଟ୍ୱିଟର୍‌ ମାଧ୍ୟମରେ ସେମାନଙ୍କର ପ୍ରଶଂସକ ଏବଂ ଅନୁସରଣକାରୀମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ସ୍ମୃତି, ଫଟୋ ଏବଂ ଭିଡିଓ ମଧ୍ୟ ସେୟାର୍‌ କରିଛନ୍ତି। ଏହା ସହିତ ‌ସୋସିଆଲ୍‌ ମିଡିଆରେ ହ୍ୟାସଟ୍ୟାଗ୍ ସହ ‘ଏସ୍‌ଆର୍‌କେ ଗୌରୀ କୀ ୨୯ ବର୍ଷ’ ଟ୍ରେଣ୍ଡ୍‌ କରୁଛି।

Comments are closed.