Latest Odisha News

BREAKING NEWS

ଆଜି ବି ସ୍ବର୍ଗତ ନବ ଦାସଙ୍କ ଭାଇଙ୍କ ଘରେ ଚଢ଼ାଉ

ସମ୍ବଲପୁର: ଆଜି ବି ସ୍ବର୍ଗତ ନବ ଦାସଙ୍କ ଭାଇଙ୍କ ଘରେ ଚଢ଼ାଉ । ୨ୟ ଦିନରେ ବ୍ରଜକିଶୋର ଦାସଙ୍କ ଘରେ ଚାଲିଛି ଆୟକର ବିଭାଗର ରେଡ୍ । ସମ୍ବଲପୁର ସ୍ଥିତ ଘର ଓ ଅଫିସରେ ଆୟକର ଟିମ୍‌ର ରେଡ୍ ଚାଲିଛି। ବ୍ରଜ ଦାସଙ୍କ ସମ୍ପର୍କରେ ଥିବା ୭ ଠିକାଦାରଙ୍କ ଘରେ ବି ରେଡ୍ ଜାରି ରହିଛି । ଗତକାଲି ୪୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଆୟକର ବିଭାଗ ।

ସୂଚନା ଅନୁସାରେ, ଟିକସ ଫାଙ୍କିବା ଅଭିଯୋଗରେ ଗତକାଲି ବ୍ରଜଙ୍କ ୪୪ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା ଆୟକର ବିଭାଗ । ଚଢ଼ାଉ ବେଳେ ଦଳ ହାତରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ତଥ୍ୟ ହସ୍ତଗତ ହୋଇଥିବା ଜଣାପଡ଼ିଛି। ତେବେ ଆୟକର ଅଧିକାରୀ କି ସଂପୃକ୍ତ ଠିକାଦାରମାନେ ଏନେଇ କୌଣସି ପ୍ରତିକ୍ରିୟା ଦେଉନାହାନ୍ତି। ଭୁବନେଶ୍ବର ଓ ରାୟପୁର ଆୟକର ମଣ୍ଡଳ ଅଧିକାରୀମାନେ ଚଢ଼ଉରେ ସାମିଲ ହୋଇଛନ୍ତି। ତେବେ ଚଢ଼ଉ ବେଳେ ବ୍ରଜ ଦାସ କୌଣସି କାମରେ ରାଜ୍ୟ ବାହାରକୁ ଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ୪ ବର୍ଷ ପୂର୍ବରୁ ମଧ୍ୟ ବ୍ରଜଙ୍କ ଘରେ ଆଇଟି ରେଡ୍ ହୋଇଥିଲା । କିନ୍ତୁ ରେଡ୍‌ ବେଳେ ବ୍ରଜଙ୍କ ଘରୁ କ’ଣ ସବୁ ମିଳିଥିଲା, ସେନେଇ କୌଣସି ସୁଚନା ମିଳିପାରିନଥିଲା ।

Comments are closed.