ଭୁବନେଶ୍ୱର: ପୁଣି ଚାଞ୍ଚଲ୍ୟ ସୃଷ୍ଟି କରିଛି ୨୩ର ସେ ହାଇପ୍ରୋଫାଇଲ ଦିବଂଗତ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟାକାଣ୍ଡ। ରାଜ୍ୟ ଫରେନ୍ସିକ୍ ଲାବ୍ରୋଟୋରୀ ରିପୋର୍ଟରେ ଥିବା ଚାଞ୍ଚଲ୍ୟକର ତଥ୍ୟ ଏବେ ସମସ୍ତଙ୍କୁ ଚମକାଇ ଦେଇଛି। ବାସ୍ତବରେ ନବ ଦାସଙ୍କୁ ହତ୍ୟକରିଥିବ ବ୍ୟକ୍ତିଟି ଗୋପାଳ ନା ଆଉ କିଏ?, ସେନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି।
ଫରେନ୍ସିକ୍ ଲ୍ୟାବର ତଥ୍ୟ ଅନୁଯାୟୀ, ନବ ଦାସଙ୍କ ଉପରକୁ ଏକାଧିକ ବନ୍ଧୁକରୁ ଗୁଳିମାଡ଼ ହୋଇଛି। ତେଣୁ କେବଳ ଗୋପାଳ ଦାସ ନାଁ ଅନ୍ୟ କେହି ନବଙ୍କ ହତ୍ୟା ପଛରେ ସମ୍ପୃକ୍ତ ଅଛନ୍ତି ତାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଗୋପାଳଙ୍କ ବନ୍ଧୁକରୁ ୩ଟି ଗୁଳି ଫାୟାର କରାଯାଇଥିବାବେଳେ ୨ଟିର ଖୋକାକୁ ତଦନ୍ତକାରୀ ଟିମ ଜବତ କରିଛି। ହେଲେ ଯେଉଁ ଗୁଳିଟି ନବଙ୍କ ଶରୀରରେ ବାଜିଥିଲା ତାହାର ଖୋକା ଏଯାଏ ମିଳିନାହିଁ। ଏଥିସହିତ ଘଟଣା ଦିନ ସ୍ବାସ୍ଥ୍ୟବିଭାଗ ଗାଡ଼ିକୁ ମଧ୍ୟ ୫ ରାଉଣ୍ଡ ଗୁଳି ହୋଇଥିଲା। ସେ ସମସ୍ତର ଖୋକା ମଧ୍ୟ ହସ୍ତଗତ ହୋଇନାହିଁ। ଯାହା ଏବେ ହତ୍ୟା କାଣ୍ଡକୁ ଆଉ ଏକ ନୂଆ ମୋଡ଼ ଦେଇଛି।
ସୂଚନାଯୋଗ୍ୟ, ୨୦୨୩ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ବିଜୁ ଜନତା ଦଳ କାର୍ଯ୍ୟାଳୟ ଉଦ୍ଘାଟନ କରିବାକୁ ସ୍ବର୍ଗତ ନବ ଦାସ ଯାଇଥିବା ବେଳେ ସେଠାରେ ଦିନ ଦ୍ବିପହରରେ ତାଙ୍କୁ ଗୁଳିମାଡ଼ କରାଯାଇଥିଲା । ତାଙ୍କର ସୁରକ୍ଷା ଦାୟିତ୍ବରେ ଥିବା ଏଏସଆଇ ଗୋପାଳ ଦାସର ଗୁଳିମାଡ଼ରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଘଙ୍କ ମୃତ୍ୟୁ ହୋଇଥିଲା ସେତେବେଳେ ଏହାକୁ ନେଇ ପ୍ରବଳ ତୁମ୍ବିତୋଫାନ ସୃଷ୍ଟି ହୋଇଥିଲା। ସମସ୍ତ ତଥ୍ୟ ଗୋପାଳ ବିରୁଦ୍ଧରେ ଯାଇଥିବା ବେଳେ ହତ୍ୟାକାଣ୍ଡ ଭିଆଇଥିବା ନିଜ ମୁହଁ ରେ ମାନିଥିଲା। ହେଲେ ଘଟର ସେତେବେଳେ କିଛି ଠୋସ ତଦନ୍ତ ଉତ୍ତର ମିଳିନଥିଲା। ଯାହାକୁ ନେଇ ଗୋପାଳ ପକ୍ଷରୁ ଲଢ଼ୁଥିବା ଓକିଲ ମଧ୍ୟ ପ୍ରଶ୍ନ ଉଠାଇଥିଲେ।
Comments are closed.