Latest Odisha News

BREAKING NEWS

କଙ୍ଗୋରେ ଇଟାଲି ରାଷ୍ଟ୍ରଦୂତଙ୍କ ସମେତ ବଡିଗାର୍ଡ ଏବଂ ଡ୍ରାଇଭରଙ୍କୁ ହତ୍ୟା

କଙ୍ଗୋ : କଙ୍ଗୋରେ ଇଟାଲିର ରାଷ୍ଟ୍ରଦୂତଙ୍କୁ ବିଭତ୍ସ ହତ୍ୟା କରାଯାଇଛି । ଇଟାଲି ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଲୁକା ଅତାନାସିଓଙ୍କ ସମେତ ୩ ଜଣଙ୍କୁ ହତ୍ୟା କରାଯାଇଛି । ୟୁଏନର କାର୍କେଡ୍‌ରେ ଅତାନାସିଓ କଙ୍ଗୋ ଯାତ୍ରା କରୁଥିବା ବେଳେ ଏଭଳି ଘଟଣା ଘଟିଛି ।

କଙ୍ଗୋ ରାଜଧାନୀ କିନଶେଷରୁ ଆସିଥିବା ଖବର ଅନୁଯାୟୀ, ଗୋମା ନିକଟରେ ବର୍ଡ ଫୁଡ ପ୍ରୋଗ୍ରାମର କାର୍କେଡ୍‌ ଉପରେ ହୋଇଥିବା ଆକ୍ରମଣରେ ଗୁରୁତର ଲୁକା ଅତାନାସିଓଙ୍କ ମୃତ୍ୟୁ ହୋଇଛି । ଆକ୍ରମଣରେ ଅନ୍ୟ ୨ ଜଣ ପ୍ରାଣ ହରାଇଛନ୍ତି ବୋଲି ନର୍ଥ କିବୁ ପ୍ରାନ୍ତର ସେନା ପ୍ରବକ୍ତା କହିଛନ୍ତି । ଅନ୍ୟ ଦୁଇ ମୃତକ ରାଷ୍ଟ୍ରଦୂତଙ୍କ ବଡିଗାର୍ଡ ଏବଂ ଡ୍ରାଇଭର ଥିଲେ ।

ଲୁକା ଅତାନାସିଓଙ୍କ ମୃତ୍ୟୁକୁ ନେଇ ଇଟାଲିର ବିଦେଶ ମନ୍ତ୍ରାଳୟ ମଧ୍ୟ ସୂଚନା ଦେଇଛି । ଆକ୍ରମଣରେ ଜଣେ ଇଟାଲିୟ ପୋଲିସ୍‌ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ୨୦୧୮ରେ ହିଆରସିରେ ନିଯୁକ୍ତ ହୋଇଥିବା ଅତାନାସିଓଙ୍କ ପେଟରେ ଗୁଳି ବାଜିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.