Latest Odisha News

BREAKING NEWS

ଆଜିଠୁ +୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ

ଭୁବନେଶ୍ୱର: ଯୁକ୍ତ ଦୁଇରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ବାକି ଥିବା ସିଟ ପାଇଁ ଆଜିଠୁ ଆରମ୍ଭ ହେଉଛି ଆବେଦନ । ଆଜିଠୁ ଇଚ୍ଛୁକ ଛାତ୍ରଛାତ୍ରୀ ୧୯ ତାରିଖ ଭିତରେ ଆବେଦନ କରିପାରିବେ । ୨୩ ତାରିଖ ପ୍ରକାଶ ପାଇବ ମେରିଟ୍ ଲିଷ୍ଟ ।

ମେଧା ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ନଭେମ୍ବର ୨୪ରୁ ୨୭ ତାରିଖ ମଧ୍ୟରେ ନାମ ଲେଖାଇପାରିବେ । ଡିସେମ୍ବର ୩ ତାରିଖରେ ସ୍ପଟ୍‌ ମେରିଟ୍ ଲିଷ୍ଟ ବାହାରିବ । ୪ ତାରିଖ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପଞ୍ଜୀକରଣ କରିପାରିବେ।

ସେହିଦିନ ଅପରାହ୍ନ ୪ଟା ବେଳେ ଚୂଡାନ୍ତ ମେରିଟ୍ ଲିଷ୍ଟ ବାହାରିବ । ଡିସେମ୍ୱର ୫ ତାରିଖ ସକାଳ୧୦ଟାରୁ ଅପରାହ୍ନ ୪ଟା ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ । ବର୍ତ୍ତମାନ ରାଜ୍ୟରେ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷାରେ ୧ ଲକ୍ଷ ୨୫ ହଜାର ୪୫୦ ସିଟ୍‌ ଖାଲି ପଡିଛି ।

Leave A Reply

Your email address will not be published.