Latest Odisha News

BREAKING NEWS

ମୋ ବସରେ ଯମ ଓ ଚିତ୍ରଗୁପ୍ତ

ଭୁବନେଶ୍ୱର: ରାଜଧାନୀରେ ମୋ ବସରେ ଯାତ୍ରା କଲେ ଯମରାଜ ଓ ଚିତ୍ରଗୁପ୍ତ । ହଠାତ୍ ବସ ଯାତ୍ରୀମାନେ ସେମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ ଏମାନେ ୩୨ ତମ ସଡକ ସୁରକ୍ଷା ମାସ ପାଳନ ଅବସରରେ ଯାତ୍ରୀମାନଙ୍କୁ ଓ ବସର ଡ୍ରାଇଭର ଓ କଣ୍ଟକ୍ଟରଙ୍କୁ ସଚେତନ କରିବାକୁ ଆସିଥିଲେ ।

ଯମରାଜ ଆଜି ବିଭିନ୍ନ ରୁଟରେ ଚାଲୁଥିବା ମୋ ବସରେ ଚଢିଥିଲେ । ସଡକ ସୁରକ୍ଷା ସଚେତନତା ନେଇ ବଡମାନଙ୍କୁ ଲିଫଲେଟ୍ ଓ ସାନ ସାନ ପିଲାଙ୍କୁ ଚକଲେଟ ବାଣ୍ଟିଥିଲେ । ଏଥି ସହ ବସର ଡ୍ରାଇଭରଙ୍କୁ ସିଟ୍ ବଲ୍ଟେ ବ୍ୟବହାର, ନିର୍ଦ୍ଧାରିତ ବସ ଷ୍ଟପରେ ଗାଡି ରଖିବା ନ ଭୁଲିବାକୁ ଅନୁରୋଧ କରିଥିଲେ । ଏଥି ସହ ଗାଡି ଚଳାଇବା ସମୟରେ ମୋବଇଲ ଫୋନରେ କଥା ବାର୍ତ୍ତା ହେଲେ ଦୁର୍ଘଟଣାର ସମ୍ଭାବନା ରହିଥିବା ସେ ବୁଝାଇଥିଲେ ।
କ୍ରୁଟ ପକ୍ଷରୁ ହୋଇଥିବା ଏହି ଉଦ୍ୟମକୁ ବସରେ ଯାତ୍ରା କରୁଥିବା ଯାତ୍ରୀ ବେଶ୍ ପ୍ରଶଂସା କରିଛନ୍ତି ।

ଏ ନେଇ କ୍ରୁଟର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି ଯେ ପ୍ରତ୍ୟେକ ଦିନ କ୍ରୁଟର ୧୦ ଜଣିଆ କର୍ମଚାରୀଙ୍କର ଗ୍ରୁପ କରି କାଉନସେଲିଂ କରାଯାଉଛି । ସେମାନେ ସଚେତନ ହେଲେ ଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନରେ ପହଁଚାଇପାରିବେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.