Latest Odisha News

BREAKING NEWS

ଅନୁବାଦ କବିତା : ଦିନ ଶେଷରେ

ମୂଳ ରଚନା : ସୁଭାଷ ମୁଖୋପାଧ୍ୟାୟ 

ପଶ୍ଚିମର ଆକାଶରେ
ରକ୍ତ ଗଙ୍ଗା ବୁହାଇ ଦେଇ
କୌଣସି ଦୁର୍ଦ୍ଧଶ ଡକାୟତ ପରି
ରାସ୍ତାରେ ଯାଉଥିବା ମଣିଷମାନଙ୍କୁ
ନାଲି ଆଖି ଦେଖାଇ ଦେଖାଇ
ନିଜ ବସାକୁ ଫେରିଗଲା
ସୂର୍ଯ୍ୟ

ତାର କିଛି ସମୟ ପରେ
ସର ଜମିନ୍ ତଦନ୍ତ କରି ସାରି
ଦିନକୁ ରାତି କରିବାକୁ
ପୋଲିସର କଳା ଗାଡ଼ି ଭଳି
ଆସିଲା
ସନ୍ଧ୍ୟା

ରୁମରେ ଆଲୁଅଟା ଜଳାଇ ଦେଲା ମାତ୍ରେ
ଝରକା ଦେଇ ବାହାରକୁ
ଡେଇଁ ପଡ଼ିଲା
ଅନ୍ଧକାର

ପରଦାଟା ଘୁଞ୍ଚାଇ ଦେବାରୁ
ଭୀତତ୍ରସ୍ତ ହରିଣୀ ପରି
ମତେ କୁଣ୍ଢାଇ ପକାଇଲା
ପବନ

ଅନୁବାଦ: ମନୋରଞ୍ଜନ ହୋତା

Comments are closed.