ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଭୁଲ୍ ପାରିଲେ ସିନା ଚିହ୍ନି
ପାରିବ ନିଜେ ଭୁଲ୍ ମାନି !
ନ ଜାଣି, ଦେଲେ ଭୁଲ୍ କରି
ଜାଣିଲେ, ପାରିବ ସୁଧାରି
ତୁଂଡରୁ ଖସିଲେ ବଚନ
କରିହୁଏନି ସଂଶୋଧନ
ଯାହା ବି ଶୁଣିଥାଏ କାନ
ଆକ୍ରାଂତ ହୋଇଥାଏ ମନ
ପରେ ମାଗିଲେ ସୁଦ୍ଧା କ୍ଷମା
ସଂଶୋଧିତ ହୁଏନି ଜମା
ତେଣୁ କହିଲେ ବୁଝି, ଜାଣି
ଭାଷାର ହୁଏନାହିଁ ହାନି
ଅଥଚ ଭୁଲ୍ ହେଲେ ଲେଖା
ସୁଧାରିହୁଏ ଏକା, ଏକା
ବୁଝିଲେ ବାଣୀ, ଲିପି ଭେଦ
ଭାଷାରେ ରହେନି ପ୍ରମାଦ
ଲିଖନ ଏକାଂତ ସାଧନା
କରିବା ରୀତି ଥିଲେ ଜଣା
ଲେଖକ କରେ ସଂଶୋଧନ
ପଢ଼ଂତି ସ୍ବଭାଷୀ ସୁଜନ
ଲେଖାରେ ରହିଥିଲେ ତ୍ରୁଟି
ଭାବନା ପାରେନି ଉକୁଟି
ହୋଇଲେ ବେଶି ସାବଧାନ
ଘଟେ ତ୍ରୁଟିର ଅବସାନ