Latest Odisha News

BREAKING NEWS

ଆରଟିଓ ପରିଚୟ ଦେଖାଇ ବଟି ଆଦାୟ କରିବା ମାମଲା : ୩ ଅଭିଯୁକ୍ତ ଗିରଫ

ରାଉରକେଲା : ଆରଟିଓ ପରିଚୟ ଦେଖାଇ ବଟି ଆଦାୟ କରିବା ପଡିଲା ମହଙ୍ଗା  । ଏହି ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି  । ଏମାନେ ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଟ୍ରକ ଡ୍ରାଇଭରଙ୍କ ଠାରୁ ବଟି ଆଦାୟ କରୁଥିବା ଅଭିଯୋଗ ରହିଛି । ଝାଡ଼ଖଣ୍ଡର ଠେଠେଇଟାଙ୍ଗର ପୁଲିସ ତିନି ଯୁବକଙ୍କୁ ଗିରଫ କରି ସିମଡେଗା ଜେଲକୁ ପଠାଇଥିବା ଜଣାପଡିଛି  ।ଝାଡ଼ଖଣ୍ଡ ସୀମାନ୍ତ ସୁନ୍ଦରଗଡ଼ ଜିଲ୍ଲାର କୁତ୍ରାରୁ ରାଞ୍ଚି ଯାଉଥିବା ରାସ୍ତାରେ ପରିବହନ ଅଧିକାରୀଙ୍କ ପରିଚୟ ଦେଇ ଯାନବାହାନ ଚେକିଂ କରି ଅର୍ଥ ଆଦାୟ କରୁଥିବା ୩ ଜଣଙ୍କୁ ଗିରଫ କରିଛି ଝାଡ଼ଖଣ୍ଡର ଠେଠେଇଟାଙ୍ଗର ଥାନା ପୋଲିସ। ଅଭିଯୁକ୍ତ ମାନେ  ସୁନ୍ଦରଗଡର ଜୟପ୍ରକାଶ ଗୁପ୍ତା, ଅନୁଗୋଳର ପ୍ରବୀଣ ପ୍ରଧାନ ଓ ଟୁଟୁ ଦେହୁରୀ ବୋଲି ଜଣାପଡିଛି  ।  ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି  ।

୩ ଅଭିଯୁକ୍ତ  ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜାତୀୟ ରାଜପଥର ଆମ୍ବାପାଣି ଜଙ୍ଗଲ ନିକଟରେ ଗତକାଲି ରାତିରେ ପହଞ୍ଚିଥିଲେ । ନିଜକୁ ସୁନ୍ଦରଗଡ଼ର ଆରଟିଓ ଓ ସ୍ଥାନୀୟ ପୁଲିସ ପରିଚୟ ଦେଇ ଓଡ଼ିଶାରୁ ଝାଡ଼ଖଣ୍ଡ ଓ ଝାଡ଼ଖଣ୍ଡରୁ ଓଡ଼ିଶା ଆସୁଥିବା ଟ୍ରକଗୁଡ଼ିକର କାଗଜପତ୍ର ଯାଞ୍ଚ କରିଥିଲେ । ଏହାପରେ କାଗଜପତ୍ରର ବିଭିନ୍ନ ତ୍ରୁଟି ଆଳ ଦେଖାଇ ଟ୍ରକ ଡ୍ରାଇଭରଙ୍କ ଠାରୁ ମୋଟା ଅଙ୍କର ବଟି ଆଦାୟ କରୁଥିଲେ । ପୋଲିସ ଟିମ୍ କେନ୍ଦୁଡିହିରେ ପହଞ୍ଚି ତିନି ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରିଛି । ଏବଂ ଏହି ଘଟଣାରେ ଆଉ କେଉଁ ମାନଙ୍କର ସମ୍ପୃକ୍ତି ରହିଛି , ସେ ନେଇ ପୋଲିସ ଖୋଳତାଡ କରୁଛି ।

Leave A Reply

Your email address will not be published.