Latest Odisha News

BREAKING NEWS

ଦେଶର ଏହି ୩ଟି ବ୍ୟାଙ୍କ୍‌ ଗ୍ରାହକଙ୍କୁ ଦେଉଛି ମାଗଣା ଏଟିଏମ୍‌ ଟ୍ରାନ୍‌ଜାକ୍ସନର ସୁବିଧା

ନୂଆଦିଲ୍ଲୀ: ଦେଶର ଏହି ୩ଟି ବ୍ୟାଙ୍କ୍‌ ଗ୍ରାହକଙ୍କୁ ମାଗଣା ଏଟିଏମ୍‌ ଟ୍ରାନ୍‌ଜାକ୍ସନ ପ୍ରଦାନ କରୁଛି। ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗ୍ରାହକଙ୍କ ଉପରେ ଆଦାୟ ହେଉଥିବା ଏଟିଏମ୍ ଶୁଳ୍କ ବୃଦ୍ଧି କରିବାକୁ ବ୍ୟାଙ୍କଗୁଡିକୁ ଅନୁମତି ଦେଇଛନ୍ତି।

ତେବେ ଦେଶରେ ଏହି ତିନୋଟି ଘରୋଇ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କୁ ଅସୀମିତ ମାଗଣା ଏଟିଏମ୍ ଟ୍ରାନ୍‌ଜାକ୍ସନ ପ୍ରଦାନ କରୁଛି। ଏହି ବ୍ୟାଙ୍କଗୁଡ଼ିକ ହେଉଛି ଇଣ୍ଡସ୍ଇଣ୍ଡ୍‌ ବ୍ୟାଙ୍କ, ଆଇଡିବିଆଇ ବ୍ୟାଙ୍କ ଏବଂ ସିଟି ବ୍ୟାଙ୍କ।

ସିଟି ବ୍ୟାଙ୍କ ଭାରତରେ ଏହାର କାର୍ଯ୍ୟ ଶେଷ କରୁଥିବାବେଳେ ଆଇଡିବିଆଇ ବ୍ୟାଙ୍କ ଏବଂ ଇଣ୍ଡସ ଇଣ୍ଡିଆ ବ୍ୟାଙ୍କ ଭାରତରେ ସେମାନଙ୍କ ଗ୍ରାହକଙ୍କୁ ମାଗଣା ଅସୀମିତ ଏଟିଏମ୍ କାରବାର ଜାରି ରଖିବେ ବୋଲି ଆଶା କରାଯାଉଛି।

Comments are closed.