Latest Odisha News

ମିଳିଲା ଅପହୃତ ଟ୍ରକ୍‌, ଉଦ୍ଧାର ହେଲେ ଡ୍ରାଇଭର ଓ ହେଲ୍ପର୍‌

ଢେଙ୍କାନାଳ: ପରଜଙ୍ଗ ଥାନା ଅନ୍ତର୍ଗତ ଜଟିଆ ଗାଁରୁ ଟ୍ରକ ଲୁଟ୍ ମାମଲାରେ ପୋଲିସକୁ ମିଳିଲା ସଫଳତା । ଟ୍ରକକୁ ପୋଲିସ ଠାବ କରିବାରେ ସଫଳ ହୋଇଛି । ଅନ୍ୟପଟେ ଆହତ ଟ୍ରକର ଡ୍ରାଇଭର ଓ ହେଲ୍ପରକୁ ମଧ୍ୟ ଉଦ୍ଧାର କରାଯାଇଛି ।

ଗତକାଲି ଜଟିଆ ଗାଁ ବ୍ରାହ୍ମଣୀ ନଦୀ ପୋଲ ନିକଟରୁ ବିଳମ୍ବିତ ରାତିରେ (OD-09-G-8311) ନମ୍ବର ଥିବା ଏକ ଆଇରନ୍ ବୋଝେଇ ଟ୍ରକକୁ ବନ୍ଧୁକ ଦେଖାଇ କିଛି ଲୁଟେରା ସାଥିରେ ନେଇ ପଳାଇଥିଲେ । ଖବର ପାଇ ଟ୍ରକ୍ ମାଲିକ ପାର୍ଥସାରଥୀ ସାମଲ ପରଜଙ୍ଗ ପୋଲିସରେ ଏତଲା ଦେଇଥିଲେ ।

ମାମଲାର ତଦନ୍ତ ଆରମ୍ଭ କରିଥିଲା ପରଜଙ୍ଗ ପୋଲିସ । ଜିପିଆରଏସ୍ ମାଧ୍ୟମରେ ଟ୍ରାକିଂ କରି ଆଜି ଟ୍ରକ ସମେତ ହେଲ୍ପର ସିଫନ୍ ଖାନ୍ ଓ ଡ୍ରାଇଭର ଅଶୋକ କୁମାର ମଣ୍ଡଳକୁ ପୋଲିସ କନ୍ଦରସିଂହା ଗାଁ ନିକଟରୁ ଉଦ୍ଧାର କରିଥିଲା । ଛାନ୍‌ଭିନ୍‌ରୁ ଜଣାପଡିଛି ଲୁଟେରାମାନେ ଗାଡିରୁ ୧୦୦ ଲିଟର ଡିଜେଲ, ଗାଡିର ବ୍ୟାଟେରୀ, ନଗଦ ୩ ହଜାର ଟଙ୍କା ଓ ଏକ ମୋବାଇଲ ଧରି ଚମ୍ପଟ୍ ମାରିଛନ୍ତି ।

Leave A Reply

Your email address will not be published.