Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଭାଲୁ ଆକ୍ରମଣରେ ତିନିଜଣଙ୍କ ମୃତ୍ୟୁ, ୨ ଗୁରୁତର

ନୂଆପଡ଼ା: ଜଙ୍ଗଲି ଭାଲୁ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ । ମେଡିକାଲ୍ ବେଡରେ ଜୀବନ ପାଇଁ ସଂଘର୍ଷ କରୁଛନ୍ତି ଆଉ ୨ ଜଣ । ନୂଆପଡ଼ା ଜିଲ୍ଲା ଲଖନା ଥାନା ସମରସିଂ ଗାଁରେ ବଣୁଆ ଭାଲୁ ଆକ୍ରମଣରେ ୩ ଜଣଙ୍କ ଜୀବନ ଯାଇଛି । ଜାଳେଣୀ କାଠ ପାଇଁ ସମରସିଂ ଗାଁର ରତନ ମାଝୀ ସ୍ଥାନୀୟ ଜଙ୍ଗଲକୁ ଯାଇଥିଲେ । ସେଠାରେ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ସକାଳୁ ଜଙ୍ଗଲକୁ ଯାଇ ରତନ ନ ଫେରିବାରୁ ଖୋଜିବାକୁ ବାହାରିଥିଲେ ପରିବାରର ଅନ୍ୟ ସଦସ୍ୟ । ସମ୍ପର୍କୀୟ ନକୁଳ ମାଝୀ, ବାଦଲ ମାଝୀ, ଶଙ୍କର ମାଝୀ, ନୂଆଧର ମାଝୀ, କୁନା ମାଝୀ ଓ ପରମେଶ୍ୱର ମାଝୀ ରତନଙ୍କୁ ଖୋଜି ଖୋଜି ଜଙ୍ଗଲକୁ ଯାଇଥିଲେ । ଆଉ ଜଙ୍ଗଲି ଭାଲୁଟି ପରମେଶ୍ୱରଙ୍କୁ ଆକ୍ରମଣ କରିଥିଲା । ଜୀବନ ବଞ୍ଚାଇବାକୁ ପରମେଶ୍ୱର ଗଛରେ ଚଢ଼ି ଯାଇଥିଲେ ।

ପରେ ଭାଲୁ ନକୁଳ ମାଝୀଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିବା ପରେ କୁନା ମାଝୀଙ୍କୁ ମଧ୍ୟ ଆକ୍ରମଣ କରିଥିଲା। । କୌଶଳକ୍ରମେ କୁନା ମାଝୀ, ବାଦଲ ମାଝୀ, ଶଙ୍କର ମାଝୀ ଓ ନୂଆଧର ମାଝୀ ଭାଲୁ ମୁହଁରୁ ଖସିଯାଇ ଗାଁକୁ ପଳାଇଥିଲେ । ରତନ ମାଝୀକୁ ଭାଲୁ ମାରି ଦେଇଥିବା ଓ ନକୁକ ମାଝୀଙ୍କୁ ରକ୍ତାକ୍ତ କରିଥିବା ବେଳେ ପରମେଶ୍ୱର ଗଛରେ ଚଢ଼ି ରହିଥିବା ଗାଁ ଲୋକଙ୍କୁ କହିଥିଲେ । ପରେ ଗ୍ରାମବାସୀ ଏକଜୁଟ୍ ହୋଇ ଜଙ୍ଗଲକୁ ଯାଇଥିଲେ । ଏହି ସମୟରେ ପୁଣି ଭାଲୁଟି ରବି ରଣାଙ୍କୁ ଆକ୍ରମଣ କରିଥିଲା । ଗ୍ରାମବାସୀ ମିଳିତ ଭାବେ ଭାଲୁକୁ ଆକ୍ରମଣ ମାରି ଦେଇଥିଲେ ।

ଭାଲୁ ଆକ୍ରମଣରେ ରତନ ମାଝୀ, ନକୁଳ ମାଝି ଓ ରବି ରଣାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ପରମେଶ୍ୱର ମାଝୀ ଓ କୁନା ମାଝୀଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇ ବନ ବିଭାଗ ତଦନ୍ତ ଆରମ୍ଭ କରିଛି । ଭାଲୁ-ମଣିଷ ସଂଘର୍ଷରେ ଜୀବନ ବଞ୍ଚାଇବାକୁ ଯାଇ ଲୋକ ଭାଲୁକୁ ମାରି ଦେଇଛନ୍ତି । ସରକାରୀ ନିୟମାନୁସାରେ ମୃତକ ପରିବାର ଓ ଆହତ ମାନଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ଖଡ଼ିଆଳ ବନଖଣ୍ଡ ଅଧିକାରୀ ସୁଶୀଲ କୁମାର ତ୍ରିପାଠୀ ।

Leave A Reply

Your email address will not be published.