Latest Odisha News

BREAKING NEWS

ଚାଲିଥିଲା ଖଟି, ହଠାତ୍ ଚାଲିଆସିଲା ହାତୀ: ଆଉ ତା’ ପରେ…

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଶାସନ ଚନ୍ଦ୍ରମାପାଟପୁର ଗ୍ରାମର ଜଣେ ଯୁବକଙ୍କୁ ପାଦରେ ଦଳି ଦେଇଛି ଏକ ଦନ୍ତାହାତୀ । ରଙ୍କନାଥ ଜେନାଙ୍କ ସହ ଆଉ ଚାରି ପାଞ୍ଚ ଜଣ ଚନ୍ଦ୍ରମାପାଟପୁର ନିକଟସ୍ଥ ପଦ୍ମପୋଖରୀ ନିକଟରେ ଏକ ସ୍ଥାନରେ ବସି ଖଟି କରୁଥିଲେ । ସେହି ସମୟରେ ହଠାତ୍ ଚାଲି ଆସିଥିଲା ଏକ ଦନ୍ତା ହାତୀ । ସମସ୍ତେ ଯିଏ କୁଆଡ଼େ ଦୌଡ଼ି ପଳାଇଲେ ।

ରଙ୍କନାଥ ବି ଦୌଡ଼ିଲେ । କିନ୍ତୁ, ଯାଇ ପାରିଲେନି । ହାତୀ ତାଙ୍କ ପେଟକୁ ପାଦରେ ଚକଟି ଦେଇଥିଲା । ଅନ୍ତପୁଟୁଳା ବାହାରକୁ ଚାଲିଆସିଲା । ଗୁରୁତର ଅବସ୍ଥାରେ ସେ ଏବେ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲର ଏମରଜେନ୍ସି ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି । ଅବସ୍ଥା ଏବେ ସଂକଟାପର୍ଣ୍ଣ ରହିଥିବା ଜଣାପଡ଼ିଛି ।

Leave A Reply

Your email address will not be published.