Latest Odisha News

BREAKING NEWS

ଦଶାହ କ୍ରିୟା ସାରି ଫେରିବା ବେଳେ ଓଲଟିଲା ଟ୍ରାକ୍ଟର, ୩ ମୃତ ୭ରୁ ଉର୍ଦ୍ଧ୍ୱ ଗୁରୁତର

ମାଲକାନଗିରି : ସ୍ୱାଭିମାନ ଅଞ୍ଚଳ ବଡପୁଟ ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ଏହି ଦୁର୍ଘଟଣାରେ ୩ ମୃତ ହୋଇଥିବା ବେଳେ ୭ ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ପଡ଼ପଦର ଗାଁର ପ୍ରାୟ ୧୫ ଜଣ ଲୋକ ଏକ ଦଶାହ କ୍ରିୟା ସାରି ଫେରିବା ବାଟରେ ଏହି ଅଘଟଣ ଘଟିଥିଲା । ସେମାନେ ସମସ୍ତେ ଏକ ଟ୍ରାକ୍ଟର ଯୋଗେ ତଣ୍ଟାଗୁଡ଼ା ଗାଁର ଦଶାହ କ୍ରିୟା ଭୋଜିରେ ଯୋଗ ଦେବାକୁ ଯାଇଥିଲେ । ହେଲେ ଫେରିବା ବାଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା । ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ସ୍ଥାନୀୟ ଲୋକେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଜାନବାଇ ମେଡିକାଲରେ ଭର୍ତ୍ତି କରିଥିଲେ ।

ସେଠାରେ ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଥିଲେ । ଏବଂ ଅନ୍ୟ ଆହତମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏନେଇ ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି ।

Leave A Reply

Your email address will not be published.