Latest Odisha News

BREAKING NEWS

ବାହାଘର ଭୋଜି ଖାଇବାକୁ ଯାଉଥିଲେ, ଟ୍ରକ ଧକ୍କାରେ ଆଖି ବୁଜିଲେ ପରିବାରର ୧୦ ସଦସ୍ୟ

ରାୟପୁର:ବାହାଘର ଭୋଜିରେ ଯୋଗ ଦେବା ପାଇଁ ଯାଉଥିଲେ । ସାରା ପରିବାର ଏକାଠି ହୋଇ ଏକ ବଡ ଗାଡିରେ ଯାଉଥିଲେ । ଖୁବ ମଜା ମସ୍ତି ବି ଚାଲିଥିବ । ହେଲେ କିଏ ଜାଣିଥିଲା ଏହି ଯାତ୍ରା ସେମାନଙ୍କ ଜୀବନର ଶେଷ ଯାତ୍ରା ଥିଲା ବୋଲି ? ଅଧାରାସ୍ତାରେ ଏମିତି ଯମ ଜଗି ବସିଥିବ ବୋଲି ? ଟ୍ରକ ଧକ୍କାରେ ଚାଲିଗଲା ପରିବାରର ୧୦ ସଦସ୍ୟଙ୍କ ଜୀବନ ।   ଏମିତି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଛତିଶଗଡରେ । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ବି ଅଛନ୍ତି ।

BjdElectrycity

ଛତିଶଗଡ ଜିଲ୍ଲାର ରାୟପୁର-ଜଗଦଲ ପୁର ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ଧମତରୀ ଜିଲ୍ଲା ରୁଦ୍ରି ଥାନା ସୋରେମ୍ ଗାଁର । ଏକ ବୋଲେରୋରେ ପରିବାରର ସମସ୍ତ ସଦସ୍ୟ କାଙ୍କେରର ଚରମା ମରକାଟୋଲାକୁ ବିବାହ କାର୍ଯ୍ୟକ୍ରମ ପାଇଁ ଯାଉଥିଲେ । ହେଲେ ରାୟପୁର-ଜଗଦଲ ପୁର ରାସ୍ତାରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ସେମାନଙ୍କ ଗାଡିକୁ ଧକ୍କା ଦେଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ଚାଲି ଯାଇଥିଲା ସମସ୍ତଙ୍କ ଜୀବନ ।

ତେବେ ଦୁର୍ଘଟଣାରେ ଜଣେ ନାବାଳିକାଙ୍କ ସମେତ କେତେଜଣ ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନା ପଠାଯାଇଛି । ଆହତ ନାବାଳିକାକୁ ଅଧିକ ଚିକିତ୍ସା ପାଇଁ ରାୟପୁର ପଠାଯାଇଛି । ତେବେ ଦୁର୍ଘଟଣା ଘଟାଇବା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଡ୍ରାଇଭରକୁ ଖୋଜୁଛି ।

ଏହି ଭୟଙ୍କର ଦୁର୍ଘଟଣା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।  ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ନାବାଳିକାର ତୁରନ୍ତ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.