Latest Odisha News

କେନାଲକୁ ଓଲଟିଲା କାର୍‌; ୩ ମୃତ

କଟକ: କଟକ ସହରର ଉପକଣ୍ଠରେ ଥିବା ତେଲେଙ୍ଗାପେଣ୍ଠ ନିକଟସ୍ଥ କେନାଲକୁ ଏକ କାର୍ ଓଲଟି ପଡିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି ।

ମୃତକଙ୍କ ମଧ୍ୟରେ ସମ୍ବଲପୁରର ପୂର୍ବତନ ସାଂସଦ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନ ଓ ତାଙ୍କ ସାଙ୍ଗ ଗୌତମ ଦାସ ରହିଛନ୍ତି। ତେବେ ଏଯାବତ୍ ଅନ୍ୟ ଜଣଙ୍କର ପରିଚୟ ମିଳିପାରିନାହିଁ।

ପ୍ରାପ୍ତ ସୂଚନାନୁଯାୟୀ ଏକ ଦ୍ରୁତଗାମୀ ଜାଗୁଆର କାର୍ (ଓଡି-୧୪-ସି-୦୦୦୭) କୌଣସି କାରଣବଶତଃ ୧୬ନଂ ଜାତୀୟ ରାଜପଥ ନିକଟରେ ଥିବା କେନାଲକୁ ଖସି ପଡିଥିଲା ବୋଲି ଦେଖଣାହାରୀ ମାନେ ପ୍ରକାଶ କରିଛନ୍ତି ।

ସୂଚନା ପାଇ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଆହତ ମାନଙ୍କୁ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ନିଆଯାଇଥିଲା । ଯେଉଁଠାରେ ଡାକ୍ତର ମାନେ ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ପ୍ରାଥମିକ ତଦନ୍ତରୁ ଉକ୍ତ କାରଟି ରାଉରକେଲାର ବୋଲି ଜଣାପଡିଛି ।

 

Leave A Reply

Your email address will not be published.