Latest Odisha News

+୩ ୬ଷ୍ଠ ସେମିଷ୍ଟର ପରୀକ୍ଷା ପ୍ରସଙ୍ଗ: ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସୁଛି ଜରୁରୀ ବୈଠକ

ଭୁବନେଶ୍ୱର: ଯୁକ୍ତ ତିନି ଷଷ୍ଠ ସେମିଷ୍ଟର ପରୀକ୍ଷା କୁ ନେଇ ସାରା ରାଜ୍ୟରେ ବିରୋଧ ପରେ ଆଜି ଏନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଛି ଜରୁରୀ ବୈଠକ।
ଭିଡିଓ କନଫରେନସିଂ ଜରିଆରେ ସମସ୍ତ ବିଶ୍ଵବିଦ୍ୟାଳୟର କୁଳପତି ଏବଂ ସମସ୍ତ ସ୍ଵୟଂ ଶାସିତ ଓ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ମାନଙ୍କ ସହ ଏବାବଦରେ ଆଲୋଚନା ହେବ। ପରୀକ୍ଷା ଓ ଶିକ୍ଷାୟତନ ନେଇ ଆଲୋଚନା ହେବା। ସକାଳ ୧୧ଟା ରୁ ଦିନ ୨ ଟା ଯାଏ ଏହି ବୈଠକ ଚାଲିବା ନେଇ ଜଣା ପଡ଼ିଛି। ପୂର୍ବରୁ ବିଭାଗ ପକ୍ଷରୁ ଯୁକ୍ତ ତିନି ଓ ପିଜି ର ଶେଷ ସେମିଷ୍ଟର ପରୀକ୍ଷାକୁ ଛାଡ଼ି ଅନ୍ୟ ସେମିଷ୍ଟର ପରୀକ୍ଷା ନକରିବାକୁ ନିଷ୍ପତ୍ତି ନିଆଯାଇଛି। ଯାହାକୁ ନେଇ ଦେଖା ଦେଇଥିଲା ଅନେକ ଅସନ୍ତୋଷ।

Leave A Reply

Your email address will not be published.