Latest Odisha News

ବନ୍ଧୁକ ଓ ଧନୁତୀର ଜବତ, ୩ ଜଣ ଶିକାରୀ ଗିରଫ

କାମାକ୍ଷାନଗର: ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲରୁ ଶିକାରୀ ଗିରଫ । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କୋଇ ବାଲିସାହି ଗାଁ ନିକଟ ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ୩ ଜଣ ଶିକାରୀଙ୍କୁ ଗିରଫ କରିଛି ।

ଗିରଫ ଶିକାରୀଙ୍କ ଠାରୁ ୨ଟି ଦେଶୀ ବନ୍ଧୁକ, ଧନୁ ତୀର, ଟାଙ୍ଗିଆ ଏବଂ ବାରୁଦ ଜବତ ହୋଇଛି । ଗିରଫ ଶିକାରୀ ମାନେ ହେଲେ କଙ୍କଡାହାଡ଼ ଥାନା ମରୁଆବିଲି ପଞ୍ଚାୟତ ସାରିଆଁ ଗାଁର ବିର ଚାଖିଆ, ଡବୁଲିଆ ସାଏ ଏବଂ ଜାନବ ସିଂ ଗାଗରାଏ ।

ଅଭିଯୁକ୍ତ ଶିକାରୀ ମାନେ ଦୀର୍ଘ ଦିନ ହେବ ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲରେ ପଶୁପକ୍ଷୀ ଶିକାରରେ ସକ୍ରିୟ ଥିଲେ । ଗିରଫ ପରେ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।

Comments are closed.