Latest Odisha News

ମୋଦିଙ୍କ ବନ୍ଦେ ଭାରତ ଟ୍ରେନ୍ ଫେଲ୍ ! ୩ ବର୍ଷରେ ଗଡ଼ିଛି ମାତ୍ର ୭ଟି

ନୂଆଦିଲ୍ଲୀ: ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଆଗାମୀ ୭୫ ସପ୍ତାହରେ ଦେଶର କୋଣ ଅନୁକୋଣକୁ ୭୫ଟି ବନ୍ଦେ ଭାରତ ଟ୍ରେନ୍ ଗଡ଼ିବ । ୨୦୨୩ ଅଗଷ୍ଟରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିରେ ପାଳନ କରାଯାଉଥିବା ଆଜାଦୀ କି ଅମ୍ରିତ ମହୋତ୍ସବ ଶେଷ ହେବ । ହେଲେ ପୂରଣ ହେବ ତ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଦେଇଥିବା ବନ୍ଦେ ଭାରତ ପ୍ରତିଶ୍ରୁତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟକୁ ଇତି ମଧ୍ୟରେ ୧୭ ମାସ ବିତିଛି । ୨୦୧୯ ଫେବ୍ରୁଆରୀ ୧୫ରେ ଦିଲ୍ଲୀରୁ କାନପୁର ଦେଇ ବାରଣାସୀକୁ ଗଡ଼ିଥିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ । ୨୦୨୩ ଜାନୁଆରୀ ସୁଦ୍ଧା ଦେଶର ୭ଟି ରୁଟରେ ଗଡ଼ୁଛି ବନ୍ଦେ ଭାରତ ଏକ୍ସପ୍ରେସ୍ ।

ଆସନ୍ତା ୧୯ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ସିକନ୍ଦରାବାଦରୁ ଆନ୍ଧ୍ରର ବିଜୟୱାଡ଼ା ମଧ୍ୟରେ ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ । ୨୦୨୩ ଅଗଷ୍ଟ ୧୫ରେ ଆଜାଦୀ କି ଅମ୍ରିତ ମହୋତ୍ସବ ସରିବ । ମୋଦି ଦେଇଥିବା କଥା ରଖିବାକୁ ହେଲେ ଆସନ୍ତା ୭ ମାସରେ ଆଉ ୬୭ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବାକୁ ପଡ଼ିବ ।

ଯଦି ଭାରତୀୟ ରେଳବାଇ ମୋଦି ଦେଇଥିବା ଧାର୍ଯ୍ୟ ସମୟ ଅନୁସାରେ, ଏ ଲକ୍ଷ୍ୟ ପୂରଣ ପାଇଁ କାମ କରେ ତ ୨୦୪ ଦିନ ଲାଗିବ । ଅର୍ଥାତ୍ ୨୦୨୩ ଅଗଷ୍ଟ ୧୫ ସୁଦ୍ଧା ପ୍ରତି ୭୨ ଘଣ୍ଟାରେ ଗୋଟିଏ ବନ୍ଦେ ଭାରତ ଟ୍ରେନ୍ ଗଡ଼ିଲେ ପୂରଣ ହେବ ମୋଦି ୨୦୨୧ ସ୍ୱାଧୀନତା ଦିବସରେ ଦେଇଥିବା କଥା ।

ଟାଇମ୍ସ ନାଓର ରିପୋର୍ଟ ଅନୁସାରେ, ଆସନ୍ତା ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୩୦୦ରୁ ୪୦୦ଟି ନୂଆ ବନ୍ଦେ ଭାରତ ଟ୍ରେନ୍ ନେଇ ଘୋଷଣା କରି ପାରନ୍ତି । ତେବେ ନୂଆ ଜ୍ଞାନକୌଶଳର ଉପଯୋଗ ଯୋଗୁ ଦିନକୁ ଦିନ ବନ୍ଦେ ଭାରତ ଟ୍ରେନ୍ ନିର୍ମାଣ ଖର୍ଚ୍ଚ ମଧ୍ୟ ବଢ଼ି ଚାଲିଛି । ଗୋଟିଏ ବନ୍ଦେ ଭାରତ ଟ୍ରେନ୍ ଲାଗି ୧୧୦ରୁ ୧୨୦ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଯାହାକି ପୂର୍ବରୁ ୧୦୬ କୋଟି ଟଙ୍କା ମଧ୍ୟରେ ଥିଲା ।

ବନ୍ଦ ଭାରତ ଟ୍ରେନ୍ ନିର୍ମାଣ ଲାଗି ଖର୍ଚ୍ଚ ବଢ଼ୁଥିବା ବେଳେ ସମୟ ହ୍ରାସ ପାଉଛି । ଆଉ ମାତ୍ର ୭ ମାସରେ ଅଶ୍ୱିନୀ ବୈଷ୍ଣବ ରଖି ପାରିବେ ତ ମୋଦିଙ୍କ ଟେକ ?

Leave A Reply

Your email address will not be published.