Latest Odisha News

ସାଲିଆ ସାହିରେ ମଦ ସମ୍ଭାର, ଚାଲିଲା ବୁଲଡୋଜର

ଭୁବନେଶ୍ୱର: ସାଲିଆ ସାହିରେ ବୁଲିଲା ବୁଲଡୋଜର । ଗୋଟିଏ ନୁହେଁ କି ଦୁଇଟି ନୁହେଁ ତିନି ତିନି ଟି ମଦ କାରଖାନାକୁ ମାଟିରେ ମିଶାଇଲା ।

ଶନିବାର ନୟାପଲ୍ଲୀ ସ୍ଥିତ ସାଲିହା ସାହିରେ ଚଢାଉ କରି ୩ଟି ଦେଶୀ ମଦ କାରଖାନା ଠାବ କରିଥିଲା କମିଶନରେଟ ପୋଲିସ । ଏହାପରେ ଏନେଇ ତୁରନ୍ତ ଆକ୍ସନ ମୋଡରେ ଆସି ୩ଟି ଚୋରା ମଦ ଭାଟି ଉପରେ ବୁଲଡୋଜର ଚଲାଇ ମାଟିରେ ମିଶାଇଛି ପୋଲିସ୍ । ଏଥିସହିତ ବିପୁଳ ଦେଶୀ ମଦ ଓ ପୋଚ ସହ ଦେଶୀ ମଦ ପ୍ରସ୍ତୁତକାରୀ ସରଞ୍ଜାମ ଜବତ କରିଛି ପୋଲିସ ।

ତେବେ ଚିକିଟି ମଦ ମୃତ୍ୟୁ ମାମଲାରେ ୨ ଜଣଙ୍କ ମୃତ୍ୟୁ ହେବା ପରେ ଏବେ ଆକ୍ସନ ମୋଡରେ ପୋଲିସ୍ ତଥା ଅବକାରୀ ବିଭାଗ । ଏହି ଘଟଣା ପରେ ଅବକାରୀ ବିଭାଗ ବିକ୍ରି ମଦର ଗୁଣାବତ୍ତା ପରଖିବା ପାଇଁ ଗତ ମଙ୍ଗଳବାର ଠାରୁ ରାଜ୍ୟବ୍ୟାପୀ ୭ ଦିନିଆ ଚଢାଉ ଜାରି କରିଛି । ଯାହାପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରି ଆକାଶ ପାଟି ପାତାଳ ଏକ କରି ଚୋରା ମଦ ଚାଲାଣର ପରଦାଫାର୍ସ କରୁଛି ପୋଲିସ ତଥା ଅବକାରୀ ବିଭାଗ । ଏହି କ୍ରମରେ ଆଜି ଭୁବନେଶ୍ବର ସାଲିଆ ସାହିରେ ଚଡାଉ କରିବା ପରେ ବିପୁଳ ଦେଶୀ ମଦ ସହିତ ୩ଟି ମଦ କାରଖାନା ଠାବ କରିଥିଲା ପୋଲିସ୍ ।

Comments are closed.