ଭୁବନେଶ୍ବର: ସୁଭଦ୍ରାର ୩ୟ କିସ୍ତିରୁ ବାଦ ପଡିଛନ୍ତି ୩ଲକ୍ଷ ୯୯ହଜାର ୩୫୨ଜଣ ହିତାଧିକାରୀ । ୨ୟ କିସ୍ତିରୁ ୧ଲକ୍ଷ ୮୩ହଜାର ୭୮୫ଜଣ ବାଦ ପଡିଥିବା ବେଳେ ସୁଭଦ୍ରାର ପ୍ରଥମ କିସ୍ତିରେ ୧କୋଟି ୮୦ହଜାର ୯୨ଜଣ ପାଇଛନ୍ତି । ୨ୟ କିସ୍ତିରେ ୧କୋଟି ୯୬ହଜାର ୩୦୭ ଜଣ ପାଇଛନ୍ତି । ୩ୟ କିସ୍ତି ପାଇଛନ୍ତି ୯୬ଲକ୍ଷ ୯୬ହଜାର ୯୫୫ଜଣ । ମୋଟ୍ ୧କୋଟି ୯ଲକ୍ଷ ୮୭ହଜାର ୮୯୪ଜଣ ଆବେଦନ କରିଥିଲେ ବୋଲି ଆଜି ବିଧାନସଭାରେ ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।
ଅନ୍ୟପଟେ, ଖୁବ ଶୀଘ୍ର ନିର୍ମାଣ ହେବ ସୁଭଦ୍ରା ଶକ୍ତି ବଜାର । ଏହାପରେ ପ୍ରତ୍ୟେକ ଜିଲ୍ଲାରେ ଖୋଲିବ ସୁଭଦ୍ରା ଶକ୍ତି ବଜାର । ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡିକୁ ବଜାରୀକରଣ ହେବ । ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ୧୬ଲକ୍ଷ ୩୬ହଜାର ଲକ୍ଷପତି ଦିନି ସୃଷ୍ଟି କରିଛନ୍ତି ବୋଲି ଏନେଇ ବିଧାନସଭାରେ ଆଜି ଲିଖିତ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ମନ୍ତ୍ରୀ ଆହୁରି କହିଛନ୍ତି, ଲକ୍ଷପତି ଦିଦି ଯୋଜନା କେବଳ ଗ୍ରାମାଞ୍ଚଳରେ ସୀମିତ, ତେଣୁ ରାଉରକେଲାରେ କୌଣସି ଲକ୍ଷପତି ଦିଦି ଚିହ୍ନଟ ହୋଇନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
Comments are closed.