ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁର ଅନୁଧ୍ୟାନ ଆରମ୍ଭ କରିଛି ତିନି ଜଣିଆ କେନ୍ଦ୍ରୀୟ ଟିମ୍ । ୧୪ ଦିନରେ ୬ଟି ହାତୀଙ୍କ ଅକାଳ ବିୟୋଗ ହୋଇଥିଲା । ଏବେ ଅଭୟାରଣ୍ୟରେ ମୃତ୍ୟୁର ଖୋଳାତାଡ ଚାଲିଛି । ଅନୁଧ୍ୟାନକାରୀ ଟିମରେ ସେଣ୍ଟର ଅଫ୍ ୱାଇଲଡ୍ ଲାଇଫ୍ର ବୈଜ୍ଞାନିକ ଡ. କରିକାଲନ ମାଥେସ, ନ୍ୟାସନାଲ ଏଲିଫେଣ୍ଟ ସେଣ୍ଟ୍ରୁ ଡ. ପିପି ପଣ୍ଡା, କୋର୍ଡିନେଟର ପ୍ରୋଫେସର ଡ. ନିରଞ୍ଜନ ସାହୁ ଅଛନ୍ତି ।
ହାତୀ ମୃତ୍ୟୁର କାରଣ ହ୍ୟୁମରେଜିକ ସେଫଟିସେମିଆ ବା ସାହାଣ ରୋଗ ବୋଲି ପ୍ରାଥମିକ ରିପୋର୍ଟରେ କୁହାଯାଇଥିଲା । ଏବେ ଅଭୟାରଣ୍ୟରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବ କେନ୍ଦ୍ରୀୟ ଟିମ୍ ।
ହାତୀ ମୃତ୍ୟୁ ଅଞ୍ଚଳ, ନିକଟସ୍ଥ ଗାଁ ପରିଦର୍ଶନ କରୁଛନ୍ତି । କିଭଳି ଅଭୟାରଣ୍ୟର ହାତୀ ସଂକ୍ରମିତ ହେଲେ ସେନେଇ ବିସ୍ତୃତ ଭାବରେ ଅନୁଧ୍ୟାନ ପରେ ରିପୋର୍ଟ ପ୍ରସ୍ତୁତ କରାଯିବ ।
ଅଭୟାରଣ୍ୟରେ ହାତୀ ସୁରକ୍ଷା ପାଇଁ କ’ଣ କ’ଣ ପଦକ୍ଷେପର ଆବଶ୍ୟକତା ରହିଛି ସେନେଇ କେନ୍ଦ୍ର ଓ୍ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଓ କେନ୍ଦ୍ର ପ୍ରୋଜେକ୍ଟ ଏଲିଫେଣ୍ଟକୁ ରିପୋର୍ଟ ପ୍ରଦାନ କରିବେ ଉଚ୍ଚସ୍ତରୀୟ କମିଟି । କେନ୍ଦ୍ରୀୟ ଟିମର ପୁଙ୍ଖାନୁପୁଙ୍ଖ ତଦନ୍ତ ରିପୋର୍ଟ ଓ ପରାମର୍ଶ ଅନୁଯାୟୀ ସରକାର ହାତୀ ସୁରକ୍ଷା ଦିଗରେ ପଦକ୍ଷେପ ନେବେ ।
Comments are closed.