Latest Odisha News

ଆଖି ବୁଜିଲେ ଆଉ ୧୭ କରୋନା ରୋଗୀ

ଭୁବନେଶ୍ୱର: କରୋନା ନେଉଛି ଜୀବନ । ରାଜ୍ୟରେ ଦିନକୁ ଦିନ ଗଡୁଛି ମୁଣ୍ଡ । ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୧୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୮୯କୁ ବୃଦ୍ଧି ପାଇଛି ।

୧୭ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, କଟକ, ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ, ଗଞ୍ଜାମ ଜିଲ୍ଲାରୁ ୨ ଜଣ, ବାଲେଶ୍ବର, ବୌଦ୍ଧ, ଯାଜପୁର, କଳାହାଣ୍ଡି ଏବଂ ନୟାଗଡ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

Leave A Reply

Your email address will not be published.