Latest Odisha News

BREAKING NEWS

ରାଜ୍ୟରେ ଆଉ ୩ କରୋନା ରୋଗୀଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୨୧ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନ ଆଉ ୩ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି ।
ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

BjdElectrycity

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଗଞ୍ଜାମ ଜିଲ୍ଲାର ଜଣେ ୭୫ ବର୍ଷ ବୟସ୍କ ବ୍ୟକ୍ତି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ସେ ମଧୁମେହ ରୋଗ ଏବଂ ହାଇପରଟେନସନ ଜନିତ ସମସ୍ୟାରେ ପୀଡିତ ଥିଲେ।

ସେହିପରି ଅନ୍ୟ ଜଣେ ବ୍ୟକ୍ତି ହେଉଛନ୍ତି କଟକ ଜିଲ୍ଲାର ୬୫ ବର୍ଷ ବୟସ୍କ ବ୍ୟକ୍ତି । ସେ ମଧ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ଡାଇବେଟିସ୍‌, ହାଇପରଟେନସନ ଓ କିଡନୀ ଜନିତ ସମସ୍ୟା ରହିଥିଲା ।

ଅଧିକ ପଢନ୍ତୁ: ଓଡିଶାର ୨୩ ଜିଲ୍ଲାରୁ ନୂଆ ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ

ଏହାଛଡା ଭୁବନେଶ୍ୱରରେ ମଧ୍ୟ ଜଣେ ୭୩ ବର୍ଷ ବୟସ୍କ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କର ଦେହାନ୍ତ ହୋଇଛନ୍ତି । ସେ ମଧ୍ୟ ଡାଇବେଟିସ୍‌, ହାଇପରଟେନସନ ଓ କିଡନୀ ଜନିତ ରୋଗରେ ପିଡିତ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ, କରୋନା ହଟସ୍ପଟ୍ ବୋଲାଉଥିବା ଗଞ୍ଜାମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଖୋର୍ଦ୍ଧା ଏବଂ କଟକ ଜିଲ୍ଲାର ୪, ବରଗଡ ୧ ଓ ପୁରୀରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.