Latest Odisha News

BREAKING NEWS

ଶପଥ ନେଲେ ଓଡିଶାର ୩ ନବନିର୍ବାଚିତ ରାଜ୍ୟସଭା ସାଂସଦ

ନୂଆଦିଲ୍ଲୀ: ରାଜ୍ୟସଭାର ସଦସ୍ୟ ଭାବରେ ଶପଥ ଗ୍ରହଣ କଲେ ୧୪ଜଣ ନେତା। ସେଥିରୁ ଓଡିଶାର ୩ଜଣ ରାଜ୍ୟସଭା ସାଂସଦ ଶପଥ ଗ୍ରହଣ କରିଛନ୍ତି । ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ନୂତନ ସଂସଦ ଭବନରେ ସେମାନଙ୍କୁ ଶପଥ ପାଠ କରାଇଛନ୍ତି। ଓଡିଶାରୁ ଅଶ୍ୱିନୀ ବୈଷ୍ଣବ, ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆ ରାଜ୍ୟସଭାର ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି।

୨୦୨୪ ଏପ୍ରିଲରେ ଅବସର ଗ୍ରହଣ କରିଥିବା ସଦସ୍ୟଙ୍କ ଆସନ ପୂରଣ ପାଇଁ ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ଫେବ୍ରୁଆରୀ ୨୭ ତାରିଖରେ ହୋଇଥିଲା । ୩ଜଣ ରାଜ୍ୟସଭା ସାଂସଦ ପାର୍ଥୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ । ସମସ୍ତ ନିର୍ବାଚିତ ପ୍ରାର୍ଥୀଙ୍କୁ ଆଜି ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ସାର୍ଟିଫିକେଟ୍ ଦିଆଯାଇଥିଲା ।

ଅନ୍ୟପଟେ ଲୋକସଭାକୁ ୬ ଥର ନିର୍ବାଚିତ ହୋଇଥିବା ସୋନିଆ ଗାନ୍ଧି ଚଳିତଥର ପ୍ରଥମ କରି ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ୧୯୯୯ ମସିହାରୁ ସୋନିଆ କ୍ରମାଗତ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ଲାଭ କରୁଛନ୍ତି । ୫୭ ବର୍ଷ ପରେ ନେହେରୁ-ଗାନ୍ଧୀ ପରିବାରର ଜଣେ ସଦସ୍ୟ ରାଜ୍ୟସଭା ଯିବେ ।

Leave A Reply

Your email address will not be published.