Latest Odisha News

BREAKING NEWS

ତିନି ନୂଆ କରୋନା ରୋଗୀଙ୍କ ରହିଛି କୋଲକାତା ଲିଙ୍କ୍‌

ଭୁବନେଶ୍ୱର : ଯାଜପୁରରୁ ଆଜି ଚିହ୍ନଟ ହୋଇଥିବା ତିନି କରୋନା ପଜିଟିଭ୍‌ଙ୍କ ରହିଛି କୋଲକାତା ଲିଙ୍କ୍ । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ତିନି ଜଣଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଥିବା ବେଳେ ଜଣେ ଯୁବତୀ ରହିଛନ୍ତି । ପୁରୁଷମାନଙ୍କ ବୟସ ୬୫ ଓ ୫୬ ବର୍ଷ ହୋଇଥିବା ବେଳେ ଯୁବତୀ ଜଣଙ୍କ ୧୮ ବର୍ଷର ବୋଲି ସୂଚନା ଦିଆଯାଇଛି ।

୬୫ ବର୍ଷୀୟ ବ୍ୟକ୍ତି କୋଲକାତାରୁ ଆସିଥିବା ବେଳେ ଅନ୍ୟ ଦୁଇ ଜଣ କୋଲକାତାରୁ ଫେରନ୍ତା ଦୁଇ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି ।
ନୂଆ କରି ଚିହ୍ନଟ ହୋଇଥିବା ଯାଜପୁରର ତିନି କରୋନା ପଜିଟିଭ ରୋଗୀଙ୍କୁ ମିଶାଇ ରାଜ୍ୟରେ ମୋଟ ସଂଖ୍ୟା ୧୨୮ରେ ପହଞ୍ଚିଛି ।

Leave A Reply

Your email address will not be published.