ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ସୀମାନ୍ତ ବକାୱଣ୍ଡ ରାଜନଗର ନିକଟରେ ବିଳମ୍ବିତ ରାତିରେ ପିକଅପ୍ -ଟ୍ରାକ୍ଟର ଧକ୍କାରେ ୩ ଜଣ ଓଡ଼ିଆ ଶ୍ରମିକ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତକ ଶ୍ରମିକମାନେ ହେଲେ ଏମ କେରାଗାଁ ପଞ୍ଚାୟତ ଶିରିଗୁଡ଼ା ଗ୍ରାମର ଧନାଇ ଭତ୍ରା(୪୨), ପୂର୍ଣି ଭତ୍ରା(୫୬) ଓ ଦୟାବତୀ ସରାବୁ(୪୪)।
ସୂଚନା ଅନୁଯାୟୀ, ଛତିଶଗଡ ରାଜ୍ୟ ବାକାୱଣ୍ଡ ଥାନା ପଣ୍ଡାନାର ଗୁଜୁରାତି କୃଷି ଫାର୍ମକୁ ଏମ.କେରାଗାଁ ପଞ୍ଚାୟତ ଶିରାଗୁଡ଼ା ଗ୍ରାମରୁ ୨୦ରୁ୨୫ ଶ୍ରମିକ ପ୍ରତିଦିନ ପିକଅପ୍ ଯୋଗେ କାମ କରିବାକୁ ଯାଇଥାନ୍ତି । ଶନିବାର ବିଳମ୍ବିତ ରାତିରେ ଘରକୁ ଫେରୁଥିବା ସମୟରେ ବକାୱଣ୍ଡ ନିକଟ ରାଜନଗର ନିକଟରେ ଧାନ ଭାର ଆଣୁଥିବା ଟ୍ରାକ୍ଟର ସହ ପିକଅପ୍ ଧକ୍କା ହେଇଥିଲା । ଘଟଣା ସ୍ଥଳରେ ଆହତ ସମସ୍ତ ଶ୍ରମିକଙ୍କୁ ଛତିଶଗଡ଼ ଡିମରାପାଲ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେହିପରି ୪ ଜଣ ଗୁରୁତର ଥିବା ବେଳେ ଅନ୍ୟମାନେ ଆହତ ହୋଇ ଚିକିତ୍ସା ହେଉଥିବା ସୂଚନା ମିଳିଛି। ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଡିମାରାପାଲା ସ୍ଥିତ ମେଡ଼ିକାଲରେ ପହଞ୍ଚି ଚିକିତ୍ସାଧୀନ ଥିବା ଗୁରୁତରମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ।
Comments are closed.