Latest Odisha News

ଜାତୀୟ ସାହସିକତା ପୁରସ୍କାର ଘୋଷଣା: ଦିଲ୍ଲୀରେ ସମ୍ମାନିତ ହେବେ ୩ ଓଡ଼ିଆ ଝିଅ

ଭୁବନେଶ୍ୱର: ୩ ଓଡ଼ିଆ ସାହାସୀ ଝିଅଙ୍କୁ ମିଳିବ ସମ୍ମାନ । ଦିଲ୍ଲୀ ଦରବାରରେ କରାଯିବ ପୁରସ୍କୃତ । କେନ୍ଦ୍ରାପଡାର ଦୁଇ ସାହସୀ ଭଉଣୀ ସବିତା ଗିରି ଓ ପୂର୍ଣ୍ଣିମା ଗିରି ଓ ଅନୁଗୁଳର ଝିଅ ଶ୍ରୀମତି ବଦ୍ରାଙ୍କୁ ସାଧାରଣତନ୍ତ୍ର ଦିବସରେ ସାହସିକତା ପୁରସ୍କାରରେ ପୁରସ୍କୃତ କରାଯିବ ।

ଭାରତୀୟ ବାଲ କଲ୍ୟାଣ ପରିଷଦ ପକ୍ଷରୁ ୬୩ତମ ଜାତୀୟ ସାହସିକତା ପୁରସ୍କାର ୨୦୧୯ ନେଇ ଆଜି ଘୋଷଣା ହୋଇଛି । ଏଥିରେ ମୋଟ ୨୨ ଜଣଙ୍କୁ ସମ୍ମାନିତ କରାଯିବ । ଏମାନଙ୍କ ମଧ୍ୟରେ ୧୦ ଝିଅ ଥିବାବେଳେ ସେମାନଙ୍କ ମଧ୍ୟରେ ୩ ଓଡ଼ିଆ ଅଛନ୍ତି ।

କେନ୍ଦ୍ରାପଡା ଜିଲ୍ଲା ମହାକାଳ ପଡାର ସବିତା ଗିରି ଓ ପୂର୍ଣ୍ଣିମା ଗିରି । ନିମାପାଣି ଗାଁ ନିକଟ ଗଳିଆ ନଦୀରେ ହୁକିଟୁ ଲରୁବଣରୁ ଭୋଜି ସାରି କୁଜଙ୍ଗକୁ ଫେରିବା ବେଳେ ଡଙ୍ଗାବୁଡି ଯାଇଥିଲା । ଏହି ସମୟରେ ଘରେ ପାଠ ପଢ଼ିବା ପାଇଁ ବସିଥିବା ସବିତା ଓ ପୂର୍ଣ୍ଣମା ଲୋକଙ୍କ ଚିତ୍କାର ଶୁଣି ଦୌଡି ଆସିଥିଲେ । ଆଉ ନଦୀ ପାଣିକୁ ଡେଇଁ ବୁଡିଯାଉଥିବା ୧୨ ଜଣଙ୍କୁ ଉଦ୍ଧାର କରିଥିଲେ ।

ସେହିପରି ୨୦୧୮ ଡିସେମ୍ବର ୧୪ରେ ଅନୁଗୁଳର ଶ୍ରୀମତି ବଡ୍ରା ରେଳ ଦୁର୍ଘଟଣା ସମୟରେ ଟ୍ରେନ୍ ତଳୁ ନିଜ ସାଙ୍ଗର ଜୀବନ ବଂଚାଇଥିଲେ । ଏଭଳି ବିରତ୍ୱ ପାଇଁ ଏବେ ୩ ଓଡ଼ିଆ ଝିଅଙ୍କୁ ସାହସିକତା ପୁରସ୍କାର ମିଳିବ ।

Leave A Reply

Your email address will not be published.