ଭୁବନେଶ୍ବର : ଘୋଷଣା ହେଲା କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ ପୁରସ୍କାର। ରାଜ୍ୟର ୩ ପୋଲିସ ଇନ୍ସପେକ୍ଟରଙ୍କୁ ମିଳିବ କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ। ଅପରାଧୀକ ମାମଲାର ତଦନ୍ତରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପୁରସ୍କାର ଦିଆଯିବ ବୋଲି ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସରେ ଡିଜିପି ସୂଚନା ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି।
ସୂଚନା ଅନୁଯାୟୀ, ଗଜପତି ଜିଲ୍ଲାରୁ ସବ୍ୟସାଚୀ ମଲ୍ଲ, ଗଞ୍ଜାମ ଜିଲ୍ଲାରୁ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ, ମାଲକାନଗିରି ଜିଲ୍ଲାର ରିଙ୍ଗନ କିଣ୍ଡୋଙ୍କୁ ଚଳିତ ବର୍ଷର କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ ମିଳିବ। ଏ ନେଇ ଟ୍ବିଟ କରି ୩ ପୋଲିସ ଇନ୍ସପେକ୍ଟରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଡିଜିପି।
Comments are closed.