ଅହମ୍ମଦାବାଦ: ପ୍ରଥମ ଟି-ଟ୍ୱେଣ୍ଟିରେ ଟିମ୍ ଇଣ୍ଡିଆକୁ ୮ ଓ୍ୱିକେଟରେ ହରାଇଛି ଇଂଲଣ୍ଡ । ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତକୁ ଚାରିଆଡୁ ଏବେ ସମାଲୋଚନାର ଶିକାର ହେବାକୁ ପଡୁଛି । ଟେଷ୍ଟ ସିରିଜ ଜିତିବା ପରେ କୋହଲି ବାହିନୀ ଟି-ଟ୍ୱେଣ୍ଟିରେ ଏମିତି ଖେଳିବ କେହି କେବେ ଭାବି ନଥିଲେ । ଆରମ୍ଭରୁ ଟିମ୍ ଇଣ୍ଡିଆ ଉପରେ ଚାପ ସୃଷ୍ଟି କରିଥିଲେ ଭ୍ରମଣକାରୀ ଦଳ । ସଠିକ ରଣନୀତି ସହ ମ୍ୟାଚକୁ ନିଜ କବଜାକୁ ନେବାରେ ସକ୍ଷମ ହୋଇଛି ଇଂଲିଶ ବାହିନୀ । ଦୁଇ ତିନିଟି ପ୍ରମୁଖ କାରଣ ପାଇଁ ଟିମ୍ ଇଣ୍ଡିଆକୁ ପରଜାୟର ମୁହଁ ଦେଖିବାକୁ ପଡ଼ିଲା ।
୧. ରୋହିତଙ୍କୁ ପ୍ଲେଇଂ ଇଲେଭେନରେ ନରଖିବା
ରୋହିତ ଶର୍ମା (ଫାଇଲ୍ ଫଟୋ)
ପ୍ରଥମ ଟି-ଟ୍ୱେଣ୍ଟିରେ ରୋହିତ ଶର୍ମାଙ୍କୁ ନ ଖେଳାଇବା କୋହଲିଙ୍କ ପାଇଁ ବୁମେରାଂ ହୋଇଛି । ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଭଲ ପ୍ରଦର୍ଶନ ସହ ଫର୍ମରେ ଅଛନ୍ତି ରୋହିତ । ବିଶେଷଜ୍ଞଙ୍କ ମତରେ ଇନଫର୍ମ ବ୍ୟାଟ୍ସମ୍ୟାନକୁ ବାଦ ଦେଇ ଲୋକେଶ ରାହୁଲ ଓ ଶିଖର ଧଓ୍ୱନଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବାର ଦଶା ଭୋଗିଲା ଟିମ୍ ଇଣ୍ଡିଆ । ରୋହିତ ଥିଲେ ଦଳର ବ୍ୟାଟିଂ ଲାଇନ ଅପ୍ ମଜଭୁଦ ହେବା ସହ ଅଧିକ ସ୍କୋର ହୋଇ ଥାଆନ୍ତା । ପ୍ରଥମ ମ୍ୟାଚରେ ରୋହିତଙ୍କୁ ଖେଳାଇ ପରେ ବିଶ୍ରାମ ଦିଆଯାଇ ପାରି ଥାଆନ୍ତା ।
୨. ଧଓ୍ୱନ, ରାହୁଲ, ବିରାଟ ଫ୍ଲପ୍
ଟସ୍ ଜିତି ପ୍ରଥମେ ବୋଲିଂ ନେଇଥିବା ଇଂଲଣ୍ଡ ଆରମ୍ଭରୁ ଟିମ୍ ଇଣ୍ଡିଆକୁ ନିଜ ଜାଲରେ ଫସାଇଥିଲା । ଦୁଇ ନମ୍ବର ଓଭରରେ ଲୋକେଶ ରାହୁଲ(୧ରନ୍), ତୃତୀୟ ଓଭରରେ ବିରାଟ କୋହଲି(୦ରନ୍) ପାଭିଲନ୍ ଫେରିଥିଲେ । ପଞ୍ଚମ ଓଭରରେ ଶିଖର ଧଓ୍ୱନ(୪ରନ୍) ଆଉଟ୍ ହୋଇଥିଲେ । ମାତ୍ର ୨୦ରନ୍ ଭିତରେ ତିନି ଜଣ ଅନୁଭବୀ ଖେଳାଳିଙ୍କୁ ଆଉଟ୍ କରି ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଦେଇଥିଲା ଇଂଲଣ୍ଡ ।
୩. ଜୋଫ୍ରା ଆର୍ଚରଙ୍କ ଘାତକ ବୋଲିଂ
ଟିମ୍ ଇଣ୍ଡିଆ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ ଜୋଫ୍ରା ଆର୍ଚର । ନିଜ କୋଟାରେ ୨୪ ରନ୍ ଦେଇ ୩ଟି ଓ୍ୱିକେଟ ନେଇଥିଲେ । ଗୋଟିଏ ମେଡେନ୍ ଓଭର ବି ପକାଇଥିଲେ । ଲୋକେଶ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା ଓ ସାର୍ଦ୍ଦୁଲ ଠାକରଙ୍କ ଓ୍ୱିକେଟ ନେଇଥିଲେ ଜୋଫ୍ରା ଆର୍ଚର ।

ଭାରତ ପକ୍ଷରୁ ଓ୍ୱାଶିଂଟନ୍ ସୁନ୍ଦର ଓ ଯୁଜବେନ୍ଦର ଚହଲ ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଥିଲେ । ତେବେ ଅଧିକ ରନ୍ ବ୍ୟୟ କରିଥିଲେ ଚହଲ । ଶ୍ରେୟସ ଆୟାର ୬୭, ରିଷଭ ପନ୍ଥ ୨୧ ଓ ପାଣ୍ଡ୍ୟା କରିଥିଲେ ୧୯ ରନ୍ । ପ୍ରଥମ ଟି-ଟ୍ୱେଣ୍ଟିରେ ଟିମ୍ ଇଣ୍ଡିଆ ଖରାପ ପ୍ରଦର୍ଶନ କରିଛି । ଆଗାମୀ ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିଂରେ କମବ୍ୟାକ କରିବାକୁ ହେବ ।
BREAKING NEWS
- ଗାର୍ଲଫ୍ରେଣ୍ଡ୍ ସୋଫିଙ୍କ ସହ ନିର୍ବନ୍ଧ କଲେ ଶିଖର ଧାୱନ…
- Trump On Supreme Court Ruling On Tariffs: “ବରବାଦ୍ ହୋଇଯିବ ଆମେରିକା…”; ଭୟରେ ଟ୍ରମ୍ପ!
- ବାପା-ମାଙ୍କୁ ହଇରାଣ କଲେ ୧୦ ପ୍ରତିଶତ ଦରମା କଟାଯିବ
- ୧୪ରୁ କିଟରେ ଚେସ୍ ମହାକୁମ୍ଭ ଆରମ୍ଭ
- Ganja Smuggled: ପାଣି ବୋତଲଗାଡିରୁ ୧ କ୍ଵିଣ୍ଟାଲ ୬୦ କେଜି ଗଞ୍ଜେଇ ଜବତ, ୨ ଗିରଫ
- Blood-Written Letter to President: ରାଷ୍ଟ୍ରପତିଙ୍କୁ ରକ୍ତରେ ଚିଠି ଲେଖିଲେ ଅଧ୍ୟାପିକା
- Subhadra Money: ଜାନୁଆରୀ ୧୮ ସୁଦ୍ଧା ମିଳିବ ସୁଭଦ୍ରା ଟଙ୍କା, ଏତିକି ଜଣ ପାଇବେ ପ୍ରଥମ କିସ୍ତି..
- କୋହଲି, ଧାୱନଙ୍କୁ ପଛରେ ପକାଇ ପାରନ୍ତି ଶ୍ରେୟାଶ
- Plus Two Exam: ଏଥର ଅନ୍ଲାଇନ୍ରେ ହେବ ଯୁକ୍ତ ଦୁଇ ଖାତା ଦେଖା, AI ଜଗିବ ପରୀକ୍ଷା ପ୍ରଶ୍ନପତ୍ର
- ମହିଳା କ୍ରିକେଟ: ମହାନ ଖେଳାଳି ଏଲିସା ହୀଲେଙ୍କ ଅବସର ଘୋଷଣା
Comments are closed.