Latest Odisha News

BREAKING NEWS

BSE ଦ୍ୱାରା ଧାର୍ଯ୍ୟ ଢାଞ୍ଚାରେ ପରୀକ୍ଷା ଉପରେ ଗୁରୁତ୍ୱ, ନ ଜଣାଇ ଅନୁପସ୍ଥିତ ରହିଲେ ଶିକ୍ଷକଙ୍କ ଦରମା କାଟ୍ ନିର୍ଦ୍ଦେଶ

ପୁରୀ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଶନିବାର ଅଚାନକ ପୁରୀ ଜିଲ୍ଲା ସ୍କୁଲ୍ ପରିଦର୍ଶନ କରିଛନ୍ତି । ଏହି ଅବସରରେ ବିଏସଇ ବା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଧାର୍ଯ୍ୟ ଢାଞ୍ଚାରେ ପରୀକ୍ଷା ଉପରେ ଗଣଶିକ୍ଷା ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

ବିଏସଇ ଢାଞ୍ଚାରେ ପରୀକ୍ଷା ହୋଇ ନଥିବାରୁ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିସହ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବିଏସଇ ଢାଞ୍ଚାରେ ପରୀକ୍ଷା ହୋଇନଥିବା ସ୍କୁଲ ମାର୍ଚ୍ଚ ମଧ୍ୟରେ ବିଏସଇ ପ୍ୟାଟର୍ଣ୍ଣ ପରକ୍ଷା ସାରିବେ । ପ୍ରଶ୍ନପତ୍ର ପ୍ୟାଟର୍ଣ୍ଣ ବଦଳି ଥିବାରୁ ପିଲାମାନେ ଏନେଇ ଜାଣିବା ଦରକାର ବୋଲି ମନ୍ତ୍ରୀ କହିଛନ୍ତି । ଏତିସହ ବିନା ଅନୁମତିରେ ଅନୁପସ୍ଥିତ ଥିବା ଶିକ୍ଷକଙ୍କର ଦିନକର ଦରମା କାଟ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

Leave A Reply

Your email address will not be published.