Latest Odisha News

BREAKING NEWS

ଚାକିରୀ କରାଇ ଦେବା ନାଁରେ ୧୪ଲକ୍ଷ ଟଙ୍କା ଠକେଇ

ଝାରସୁଗୁଡା: ଚାକିରୀ କରାଇ ଦେବା ନାଁରେ ୧୪ଲକ୍ଷ ଟଙ୍କା ଠକେଇ ।  ଆଉ ଏହି ଠକେଇର ମାଷ୍ଟର ପ୍ଲାନ୍ କରିଛନ୍ତି ଖୋଦ୍ ଭାଇଭଉଣୀ ।। ୩ ଭାଇଭଉଣୀ ମିଶି କିଛି ଦିନ ଧରି ଚାକିରୀ କରାଇଦେବା ନାଁରେ ଲୁଟପାଟ ଚଳାଇଥିଲେ । ଝାରସୁଗୁଡାର ପୁରୁଣାବସ୍ତି ବାବୁପଡାରେ ରହୁଥିବା ଭାଇଭଉଣୀ ମିଶି ଲୋକଙ୍କୁ ଠକିବା ସହ ନକଲି ନୋଟ୍ ପ୍ରସ୍ତୁତ କରିବାକୁ ଯାଇ ବରଗଡରେ ରହୁଛନ୍ତି ।

ନକଲି ଫେସବୁକ ଆଇଡି ଖୋଲି ଲୋକଙ୍କୁ ଲୋଭର ଜାଲରେ ପକାଇ କରୁଛନ୍ତି ଲୁଟ୍ । ଏହିଭଳି ଝାରସୁଗୁଡା ଚିଚିଣ୍ଡା ଗାଁର ମାନସ ରଞ୍ଜନ ପଟେଲଙ୍କୁ ରେଳବାଇରେ ଚାକିରୀ କରାଇ ଦେବାକୁ କହି ୧୪ ଲକ୍ଷ ଟଙ୍କା ଠକି ନେଇ ଫେରାର ହେବା ପରେ ବରଗଡରୁ ୩ ଭାଇ ଭଉଣୀଙ୍କୁ ଗିରଫ କରିଛି ଝାରସୁଗୁଡା ପୋଲିସ ।

ଥାନାରେ ମାମଲା ହେବା ପରେ ପୋଲିସ ପୋଲିସ ଘଟଣାର ତଦନ୍ତ କରି ବ୍ୟବହାର କରିଥିବା ଇଣ୍ଡିଗୋ କାର୍ ସହ ସେମାନଙ୍କ ନିକଟରୁ ୧୩ ଲକ୍ଷ ଟଙ୍କା ଜବତ କରିଛି । ସେମାନଙ୍କ ନିକଟରୁ ଅନେକ ନକଲି ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ୩ଟି ମୋବାଇଲ ଫୋନ୍, ଗୋଟିଏ ଲାପଟପ୍, ଛୋଟ ଲାମିନେସନ ମେସିନ୍ ସହ ବହୁ ଆପତ୍ତିଜନକ ଦସ୍ତାବିଜକୁ ଜବତ କରିଛି ପୋଲିସ ।

Leave A Reply

Your email address will not be published.