Latest Odisha News

BREAKING NEWS

ସ୍ୱାମୀର ୪୭ ଲକ୍ଷ ଟଙ୍କା ଧରି ଅଟୋରିକ୍ସା ଚାଳକ ସହ ମହିଳା ଚମ୍ପଟ

ଓଡିଶା ସମ୍ବାଦ ବ୍ୟୁରୋ: କୋଟିପତି ବ୍ୟକ୍ତିଙ୍କ ସ୍ତ୍ରୀ ସାଜିଥିଲା ଅଟୋରିକ୍ସା ଚାଳକର ପ୍ରେମିକା । ପ୍ରେମକୁ ସାକାର କରିବା ଲାଗି ମହିଳା ଜଣକ ନିଜଠୁ ୧୩ ବର୍ଷ ସାନ ଅଟୋରିକ୍ସା ଚାଳକ ସହ ଚମ୍ପଟ୍ ମାରିଥିଲେ । ହେଲେ ସାଥିରେ ନେଇଯାଇଥିଲେ ଘରେ ସ୍ୱାମୀ ରଖିଥିବା ନଗଦ ୪୭ ଲକ୍ଷ ଟଙ୍କା ।

ମଧ୍ୟପ୍ରଦେଶ ଇନ୍ଦୋର ଖଜରାନା ଅଂଚଳରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ମିଳିଥିବା ସୂଚନା ଅନୁଯାୟୀ ଚମ୍ପଟ୍ ମାରିଥିବା ମହିଳାଙ୍କ ସ୍ୱାମୀ ଜମିବାଡି ମାମଲାରେ ୪୭ ଲକ୍ଷ ଟଙ୍କା ଘରେ ରଖିଥିଲେ । ତେବେ ଟଙ୍କା ସହ ନିଜ ସ୍ତ୍ରୀ ଉଭାନ୍ ହେବା ଘଟଣା ଜାଣିବା ପରେ ସେ ଥାନାରେ ଅଭିଯୋଗ କରିଥିଲେ । ପୋଲିସର ତନାଘନା ପରେ ମହିଳାଙ୍କ ସହ ଅଟୋରିକ୍ସା ଚାଳକ ଜଣକ ଚମ୍ପଟ୍ ମାରିଥିବା ଜଣାପଡିଥିଲା ।

ପୋଲିସ ରିପୋର୍ଟ ଅନୁଯାୟୀ ଅଟୋ ଚାଳକ ଜଣକ ନିୟମିତ ଭାବେ ମହିଳାଙ୍କୁ ନେବାଆଣିବା କରିଥିଲା । ତେବେ ଅକ୍ଟୋବର ୧୩ ତାରିଖରେ ମହିଳା ଜଣକ ନିଖୋଜ ହେବା ପରଠୁ ତାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଥିଲେ । ଅଟୋରିକ୍ସା ଚାଳକର ପରିଚୟ ୩୨ ବର୍ଷୀୟ ଇମ୍ରାନ୍ ବୋଲି ଜଣାପଡିଛି । ତଦନ୍ତରେ ପୋଲିସ ଇମ୍ରାନର ବନ୍ଧୁଠାରୁ ନଗଦ ୩୩ ଲକ୍ଷ ଟଙ୍କା ଜବତ କରିଛି । ହେଲେ ଉଭୟ ମହିଳା ଓ ଇମ୍ପ୍ରାନଙ୍କର ବର୍ତ୍ତମାନ ସୁଦ୍ଧା କୌଣସି ଖୋଜ ଖବର ମିଳିପାରିନି ।

Leave A Reply

Your email address will not be published.