Latest Odisha News

BREAKING NEWS

ନକ୍ସଲ ଗୁଳିରେ ୩ ଜବାନ ସହିଦ; ୨ ଆହତ

ମାଲକାନଗିର: ପୁଣି ଛତିଶଗଡ଼ରେ ଲାଲ୍‌ ବାହିନୀଙ୍କ ଆତଙ୍କ। ନକ୍ସଲ ଗୁଳିରେ ସହିଦ ହେଲେ ଜବାନ। ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ନକ୍ସଲଙ୍କ ଗୁଳିରେ ତିନି ଡିଷ୍ଟ୍ରିକ୍ଟ ରିଜର୍ବ ଗାର୍ଡ (ଡିଆରଜି) ଜବାନ ଶହିଦ ହୋଇଛନ୍ତି। ଏହି ଘଟଣାରେ ଦୁଇ ଜବାନ ଆହତ ମଧ୍ୟ ହୋଇଛନ୍ତି।

ସହିଦ ଜବାନମାନେ ହେଲେ ଏ.ଏସ.ଆଇ ରାମୁରାମ ନାଗ, କନେଷ୍ଟବଳ କୁଞ୍ଜାମ ଜଗା ଓ ଭାଞ୍ଜାମ ଭିମା। ଶନିବାର ସକାଳେ ଜାଗରକୋଣ୍ଡା ଥାନା ଅନ୍ତର୍ଗତ କୁନ୍ଦେର ଜଙ୍ଗଲରେ ମାଓବାଦୀମାନେ ଜବାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ।

କୁମ୍ବିଂ ଅପରେସନ ପାଇଁ ଜାଗରକୋଣ୍ଡା କେମ୍ପରୁ ଜବାନ ମାନେ କୁନ୍ଦେର ଜଙ୍ଗଲ ଦେଇ ଯାଉଥିବା ବେଳେ ହଠାତ ନକ୍ସଲ ଆକ୍ରମଣ ହୋଇଥିଲା। ଘଟଣା ସ୍ଥଳରେ ତିନି ଜଣ ଜବାନ ସହିଦ ହୋଇଥିବା ବେଳେ ଆହତ ଦୁଇ ଜଣଙ୍କୁ ଜାଗରକୋଣ୍ଡା କେମ୍ପକୁ ନିଆଯାଇଛି।

Leave A Reply

Your email address will not be published.